ଦୁବାଇ: ଭାରତର ଦୁଇଟି ବିଶ୍ବକପ୍ (୨୦୦୭ ଟ୍ବେଣ୍ଟି-୨୦, ୨୦୧୧ ଏକଦିବସୀୟ) ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି। ଅବସର ନେବାର ୫ର୍ଷ ପରେ ଏବଂ ୪୪ତମ ଜନ୍ମଦିବସ ପାଳନ କରିବାର ମାସକ ପୂର୍ବରୁ ଆଇସିସି ତାଙ୍କୁ ଏହି ନିଆରା କ୍ଲବ୍ରେ ସାମିଲ କରିଛି।
ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବାରେ ଧୋନି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର, ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ, ମହାନ ସ୍ପିନର ବିଶନ ସିଂହ ବେଦୀ, ଅନିଲ କୁମ୍ବଲେ, ଦି ୱାଲ୍ ରାହୁଲ ଦ୍ରାବିଡ଼, ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, ବିନୁ ମଙ୍କଡ଼, ଡାଏନା ଏଦୁଲଜୀ, ବୀରେନ୍ଦ୍ର ସେହବାଗ ଓ ନିତୁ ଡେଭିଡ୍ଙ୍କ ପରେ ଏକାଦଶ ଭାରତୀୟ ହୋଇଛନ୍ତି।