କୋହଲିଙ୍କଠୁ ଧୋନି ଭଲ ଅଧିନାୟକ: ଧାୱନ

ଦ୍ରୁତ ବୋଲରଙ୍କୁ ଡରେନି

ନୂଆଦିଲ୍ଲୀ: ଧଳା ବଲ୍‌ କ୍ରିକେଟରେ ବର୍ତ୍ତମାନ ଶିଖର ଧାଵନଙ୍କୁ ଶ୍ରେଷ୍ଠ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଏ। ତାଙ୍କର ସ୍କୋୟାର କଟ୍‌ ଓ କଭର ଡ୍ରାଇଭ୍‌‌ ତାଙ୍କୁ ସ୍ବତନ୍ତ୍ର କରାଇପାରିଛି। ଏପରିକି ଏହି ବାମହାତୀ ବ୍ୟାଟ୍ସମ୍ୟାନ ଜଣକ ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ ହୋଇଥିଲା ବେଳେ ପଡ଼ିଆ ବାହାରେ ବି କିପରି ପ୍ରଶ˚ସକଙ୍କୁ ମନୋର˚ଜନର ଖୋରାକ ଯୋଗାଇହେବ ତାହା ତାଙ୍କୁ ବେଶ୍‌ ଜଣା। ବୁଧବାର ପୂର୍ବତନ ଅଲରାଉଣ୍ତର ଇର୍ଫାନ ପଠାନ୍‌ଙ୍କ ସହ ଧାଵନଙ୍କ ହୋଇଥିବା ଏକ ବାର୍ତ୍ତାଳାପରେ ଅନେକ ମନୋର˚ଜନକାରୀ ଆଦାନପ୍ରଦାନ ହୋଇଥିଲା। ତେବେ ଯେତେବେଳେ ପଠାନ୍‌ଙ୍କ ରାପିଡ୍‌ ଫାୟାର ପ୍ରଶ୍ନ ଆସିଥିଲା ସେତେବେଳେ ଅଧିକ ମଜା ଆସିଥିଲା। ଭାରତର ଶ୍ରେଷ୍ଠ ଅଧିନାୟକଙ୍କଠୁ ଆରମ୍ଭ କରି ତାଙ୍କର ପସନ୍ଦର ବ୍ୟାଟି˚ ଯୋଡ଼ି ଓ ବର୍ତ୍ତମାନର ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାମ ଇତ୍ୟାଦି କହିବା ପାଇଁ ତାଙ୍କୁ ପଚରାଯାଇଥିଲା।

ଧାଵନ ତାଙ୍କର ଶ୍ରେଷ୍ଠ ଭାରତୀୟ ଅଧିନାୟକ ଭାବେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ ମହେନ୍ଦ୍ର ସି˚ହ ଧୋନିଙ୍କୁ ବାଛିଛନ୍ତି। ସେହିପରି ତାଙ୍କର ଶ୍ରେଷ୍ଠ ବ୍ୟାଟି˚ ଯୋଡ଼ି ଭାବେ ରୋହିତ ଶର୍ମାଙ୍କୁ ସେ ଚୟନ କରିଛନ୍ତି। ଉଭୟ ଧୋନି ଓ ବିରାଟ କୋହଲିଙ୍କ ଅଧୀନରେ ସେ ଖେଳିଥିଲା ବେଳେ ଏମାନଙ୍କ ଭିତରୁ ବିଶ୍ବବିଜେତା ଦଳର ଅଧିନାୟକଙ୍କୁ ସେ ଶ୍ରେଷ୍ଠ ଭାବେ ଦର୍ଶାଇଥିଲେ। ଧୋନିଙ୍କ ଅଧୀନରେ ସେ ୧୨ ଟେଷ୍ଟ, ୫୬ ଦିନିକିଆ ଓ ୨୧ ଟ୍ବେଣ୍ଟି-୨୦ ଖେଳି ଯଥାକ୍ରମେ ୭୮୯, ୨୨୧୭ ଓ ୪୧୧ ରନ୍‌ ସ˚ଗ୍ରହ କରିଥିଲା ବେଳେ କୋହଲିଙ୍କ ଅଧୀନରେ ଖେଳିଥିବା ୨୧ ଟେଷ୍ଟ, ୬୬ ଦିନିକିଆ ଓ ୨୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ଯଥାକ୍ରମେ ୧୪୧୯, ୨୮୭୩ ଓ ୬୩୪ ରନ୍‌ ସ˚ଗ୍ରହ କରିଛନ୍ତି। ତେବେ ବାସ୍ତବ କଥା ହେଲା ଧାଵନ ମୋଟ ୫ ଅଧିନାୟକଙ୍କ ଅଧୀନରେ ଖେଳିଛନ୍ତି। ଧୋନି ଓ କୋହଲିଙ୍କ ବ୍ୟତୀତ ରୋହିତ ଶର୍ମା, ସୁରେଶ ରାଇନା ଓ ଆଜିଙ୍କ୍ୟ ରାହାଣେଙ୍କ ଅଧୀନରେ ମଧ୍ୟ ସେ କିଛିକିଛି ମ୍ୟାଚ୍‌ ଖେଳିଛନ୍ତି।

ବର୍ତ୍ତମାନର ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଅଧିନାୟକ କୋହଲିଙ୍କୁ ଚୟନ କରିଛନ୍ତି। ଏଥିସହିତ ଗତବର୍ଷ ବିଶ୍ବକପ୍‌ରେ ଅବିଶ୍ବସନୀୟ ପାଳି ସହ ୫ ଶତକ ଅର୍ଜନ କରିଥିବା ରୋହିତ ଶର୍ମାଙ୍କୁ ମଧ୍ୟ ଧାଵନ ପ୍ରଶ˚ସା କରିଛନ୍ତି। ସେହିପରି ଯେତେବେଳେ ଧାଵନଙ୍କୁ ସେ ସାମ୍ନା କରିଥିବା ସବୁଠୁ କଷ୍ଟକର ବୋଲରଙ୍କ ନାମ କହିବାକୁ ପଚରାଯାଇଥିଲା, ସେଥିରେ ସେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ନାମ ନେଇଥିଲେ। ଆଇପିଏଲ୍‌ ଉପରେ ସେ କହିଛନ୍ତି ଯେ ବର୍ତ୍ତମାନ କେବଳ କରୋନା ସ˚ପର୍କିତ ଖବର ପ୍ରସାରିତ ହେଉଥିଲା ବେଳେ ସବୁଆଡେ଼ ଭୟର ବାତାବରଣ ରହିଛି। ତେଣୁ ଆଇପିଏଲ୍‌ ଆରମ୍ଭ ହେଲେ ଲୋକମାନେ ସେଥିରୁ କିଛି ସକାରାତ୍ମକ କଥା ପାଇପାରିବେ ବୋଲି ଧାଵନ କହିଛନ୍ତି।

ମୁଁ ଭାରତୀୟ ଦଳ ପାଇଁ ଦୀର୍ଘ ୮ ବର୍ଷ ହେବ ଓପନିଂ କରିଛି, ଦ୍ରୁତ ବୋଲରଙ୍କୁ ସମ୍ମୁଖୀନ ହେବାକୁ ମୁଁ କେବେ ବି ଡରେ ନାହିଁ। ଏଭଳି ଭାବେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରି ଦେଇଛନ୍ତି ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାୱନ। ଇର୍ଫାନ୍ ପଠାନଙ୍କ ସହିତ ଏକ ଇନଷ୍ଟାଗ୍ରାମ୍ ଲାଇଭ୍ ଆଲୋଚନା ବେଳେ ତାଙ୍କ ସହ ପାଳି ଆରମ୍ଭ କରୁଥିବା ଦୁଇ ଖେଳାଳି ଡେଭିଡ୍ ୱାର୍ନର ଏବଂ ରୋହିତ ଶର୍ମାଙ୍କୁ ଜବାବ ଦେବାକୁ ଯାଇ ଧାୱନ ଏଭଳି କହିଛନ୍ତି। ସେ କହିଛନ୍ତି, ‘ପ୍ରଥମ ବଲ୍‌କୁ ସମ୍ମୁଖୀନ ନହେବା ଏକ ମାନସିକ ଭାବନା ହୋଇପାରେ, ଏହାର ଅର୍ଥ ନୁହେଁ ମୁଁ ଦ୍ରୁତ ବୋଲରଙ୍କୁ ସମ୍ମୁଖୀନ ହେବାକୁ ଡରିଥାଏ’। ଅଷ୍ଟ୍ରେଲୀୟ ଖେଳାଳି ୱାର୍ନରଙ୍କ ସହିତ ଧାୱନ ଆଇପିଏଲ୍‌ରେ ସନ୍‌ରାଇସର୍ଜ ହାଇଦ୍ରାବାଦ ପାଇଁ ଏବଂ ରୋହିତ ଶର୍ମାଙ୍କ ସହିତ ଭାରତୀୟ ଦିନିକିଆ ଦଳ ପାଇଁ ପାଳି ଆରମ୍ଭ କରିଥାନ୍ତି। ଉଭୟ ୱାର୍ନର ଏବଂ ରୋହିତ ମଜାରେ କହିଥିଲେ ଧାୱନ ପ୍ରଥମ ବଲ୍‌ ଖେଳିବାକୁ ଏଡ଼ାଇଦିଅନ୍ତି। ସୂଚନାଯୋଗ୍ୟ, ୨୦୧୩ ମସିହାରୁ ଭାରତ ପାଇଁ ପାଳି ଆରମ୍ଭ କରୁଥିବା ଧାୱନ-ରୋହିତ ସର୍ବକାଳୀନ ପ୍ରାରମ୍ଭିକ ଯୋଡ଼ି ତାଲିକାରେ ଶୀର୍ଷ ୫ ଭିତରେ ରହିଛନ୍ତି।

ସମ୍ବନ୍ଧିତ ଖବର