ଧୋନି ବାଧ୍ୟ ହୋଇ ୫ ବୋଲର ଖେଳାଉଛନ୍ତି: ଚୋପ୍ରା

ଦୁବାଇ: ଚଳିତ ଆଇପିଏଲ୍‌ରେ ଲଗାତାର ପରାଜୟ ପରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ପ୍ରଦର୍ଶନକୁ ନେଇ ଚର୍ଚା ଜୋର ଧରିଛି। ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍‌ ତଥା ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି ୫ ଜଣ ବୋଲରଙ୍କୁ ନେଇ ଖେଳିବା ଧୋନିଙ୍କ ପସନ୍ଦ ନୁହେଁ, କିନ୍ତୁ ଦଳର ଶୀର୍ଷକ୍ରମ ବ୍ୟାଟିଂ ବିଫଳତା କାରଣରୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ‘ମୋର ଯାହା ମନେ ଅଛି ପ୍ରଥମ ଥର ପାଇଁ ଧୋନି ୫ ଜଣ ବୋଲରଙ୍କୁ ନେଇ ଖେଳୁଛନ୍ତି। ଏହା ତାଙ୍କ ପସନ୍ଦ ନୁହେଁ, କିନ୍ତୁ ବାଧ୍ୟ ହୋଇ କରୁଛନ୍ତି’ ବୋଲି ଚୋପ୍ରା ପ୍ରକାଶ କରିଥିଲେ। ଏପରିକି ଅମ୍ବାତି ରାୟୁଡୁଙ୍କ ଅନୁପସ୍ଥିତିରେ ଧୋନି ନିଜେ ନିଜ ଫର୍ମକୁ ନେଇ ୧୦୦ ପ୍ରତିଶତ ଆତ୍ମବିଶ୍ବାସରେ ନାହାନ୍ତି। ଧୋନି ନିଜେ ଏତେ ତଳେ ବ୍ୟାଟିଂ କରିବାର କାରଣ ମଧ୍ୟ ଚୋପ୍ରା ଆକଳନ କରିଛନ୍ତି। ଧୋନିଙ୍କ ବ୍ୟାଟିଂ କ୍ରମ କଥା କହିଲେ ଆପଣ ନିଶ୍ଚିତ ମୁରଲୀ ବିଜୟ ଏବଂ ଋତୁରାଜ ଗାଏକ୍ବାଡଙ୍କ ବ୍ୟାଟିଂ ସ୍ଥାନ ବିଷୟରେ ଆଲୋଚନା କରିବେ। ସଂଘର୍ଷରତ ୱାଟସନ୍‌ ନିଶ୍ଚିତ ରନ୍ ପାଇବେ। ଗାଏକ୍ବାଡ ଓ ବିଜୟଙ୍କ ବ୍ୟାଟିଂକୁ ନେଇ ମୁଁ ଚିନ୍ତିତ ବୋଲି ଚୋପ୍ରା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର