ଧୋନିଙ୍କ ପାଇଁ ସଚିନଙ୍କୁ ଟପିବା ସୁଯୋଗ

ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଲଗାତାର ତିନିଟି ଅର୍ଧଶତକ ଅର୍ଜନ କରି ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏବେ ନ୍ୟୁଜିଲାଣ୍ଡରେ ତାଙ୍କ ପାଇଁ ଆଉ ଏକ କୀର୍ତ୍ତିମାନ ସୁଯୋଗ ରହିଛି। ନ୍ୟୁଜିଲାଣ୍ଡରେ ସର୍ବାଧିକ ରନ୍ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଧୋନି ସଂପ୍ରତି ତୃତୀୟ ସ୍ଥାନରେ ରହିଛନ୍ତି। ସଚିନ ତେନ୍ଦୁଲକର ୧୮ ମ୍ୟାଚ୍ ଖେଳି ୬୫୨ ରନ୍ କରିବା ସହ ପ୍ରଥମ ସ୍ଥାନରେ ରହିଛନ୍ତି। ୧୨ ମ୍ୟାଚ୍‌ରୁ ୫୯୮ ରନ୍ କରି ବୀରେନ୍ଦ୍ର ସେହବାଗ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ଧୋନି ୪୫୫ ରନ୍ ସହ ତୃତୀୟରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ଟିକିଆ ଶୃଙ୍ଖଳାରେ ସେ ଆବଶ୍ୟକ ରନ୍ ସଂଗ୍ରହ କରି ପାରିଲେ ନ୍ୟୁଜିଲାଣ୍ଡ ମାଟିରେ ସର୍ବାଧିକ ଦିନିକିଆ ରନ୍ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ଅର୍ଜନ କରିବେ।

ସମ୍ବନ୍ଧିତ ଖବର