ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ଖେଳିଥିଲେ ବାମହାତୀ ଦ୍ରୁତ ବୋଲର ଜାହିର୍‌ ଖାନ୍‌। ଉଭୟଙ୍କ ନେତୃତ୍ବରେ ସମାନତା ରହିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ପ୍ରତି ଦଶନ୍ଧିରେ ଭାରତକୁ ଜଣେ ଭଲ ଅଧିନାୟକ ମିଳିଛନ୍ତି। ସେମାନେ ଦଳକୁ ନୂଆ ସ୍ତରକୁ ନେଇଛନ୍ତି। ଯୁବ ଖେଳାଳିମାନଙ୍କ ଉପରେ ଗାଙ୍ଗୁଲିଙ୍କ ଆତ୍ମବିଶ୍ବାସ ଓ ସମର୍ଥନ କିଭଳି ଫଳପ୍ରଦ ହୋଇଥିଲା ବୋଲି ମଧ୍ୟ ଜାହିର୍‌ କହିଥିଲେ। ଗାଙ୍ଗୁଲିଙ୍କ କାରଣରୁ ମୋ ଖେଳ ଜୀବନକୁ ଆବଶ୍ୟକ ସମର୍ଥନ ମିଳିଥିଲା। ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ ବେଳେ ଆପଣଙ୍କୁ ଯେଭଳି ସମର୍ଥନ ଦରକାର ଥାଏ ତାହା ତାଙ୍କ ଦ୍ବାରା ସମ୍ଭବ ହୋଇଥିଲା। ଏହି କାରଣରୁ ମୁଁ ମୋ ଖେଳ ଜୀବନକୁ ଆକାର ଦେଇ ପାରିଥିଲି। ପ୍ରାରମ୍ଭିକ ସମର୍ଥନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ୯୨ ଟେଷ୍ଟ୍ ଓ ୨୦୦ ଦିନିକିଆ ଖେଳିଥିବା ୪୧ ବର୍ଷୀୟ ଜାହିର୍‌ ପ୍ରକାଶ କରିଥିଲେ।
ଜାହିର୍‌ କହିଥିଲେ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଠିକ୍ ସେଇଆ କରିଥିଲେ। ତାଙ୍କ ଅଧିନରେ ବି ବହୁ ଯୁବ ଖେଳାଳି ନିଜ ଖେଳ ଜୀବନକୁ ପ୍ରତିଷ୍ଠିତ କରିଥିଲେ। କିନ୍ତୁ ଧୋନିଙ୍କୁ ଯେତେବେ‌ଳେ ଦଳ ମିଳିଥିଲା ସେତେବେଳେ ଅପେକ୍ଷାକୃତ ଅଧିକ ଅଭିଜ୍ଞ ଖେଳାଳି ଥିଲେ, ତେଣୁ ଏତେ ବେଗରେ ତାଙ୍କୁ କିଛି କରିବାକୁ ପଡ଼ିନଥିଲା। କିନ୍ତୁ ଅଭିଜ୍ଞଙ୍କ ଅବସର ଆରମ୍ଭ ହେବା ମ‌ାତ୍ରେ ସେ ଯୁବ ଖେଳାଳିଙ୍କୁ ଗଢ଼ିତୋଳିବା ଆରମ୍ଭ କରିଥିଲେ। ଗାଙ୍ଗୁଲିଙ୍କ ଭଳି ସମାନ ଭୂମିକା ତୁଲାଇ ଯୁବ ଖେଳାଳିଙ୍କ ଉପରେ ଭରସା ରଖିଥିଲେ।

Advertisment

ନୂଆଦିଲ୍ଲୀ, ୧୬|୪: ଆଇପିଏଲ୍‌ ପ୍ରଦର୍ଶନକୁ ଦେଖି ମହେନ୍ଦ୍ର ସିଂହ ଧୋନିଙ୍କୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଚୟନ କରିବା ଉଚିତ ନୁହେଁ। କାରଣ ସେ ଜଣେ ବହୁତ ବଡ଼ ଖେଳାଳି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଫ୍‌ସ୍ପିନର ହରଭଜନ ସିଂହ। ଗତ ସେପ୍ଟେମ୍ବରରୁ ପିଠି ଆଘାତ ଯୋଗୁଁ ଦଳରୁ ବାଦ୍‌ ପଡ଼ିଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ବକପ୍‌ ଦଳରେ ସ୍ଥାନ ମିଳିବା ଦରାକାର ବୋଲି କହିଛନ୍ତି ଏହି ସ୍ପିନର। ଧୋନି ଭାରତର ଜଣେ ଶ୍ରେଷ୍ଠ ଖେଳାଳି ଏବଂ ଅଧିନାୟକ। ଭାରତୀୟ କ୍ରିକେଟ୍ ପାଇଁ ସେ ବହୁତ କିଛି କରିଛନ୍ତି। ସେ ସକ୍ଷମ କି ନାହିଁ ତାହା ତାଙ୍କୁ କହିବା ଆବଶ୍ୟକ ନାହିଁ। ତେଣୁ ମୁଁ ଭାବୁନାହିଁ ଯେ ବିିସିସିଆଇ ତାଙ୍କ ବିଷୟରେ ଅଧିକ ଚିନ୍ତା କରିବା ଆବଶ୍ୟକ। ଯଦି ଧୋନିଙ୍କ ଆବଶ୍ୟକ ଭାବୁଛ ଏବଂ ସେ ଖେଳିବାକୁ ପ୍ରସ୍ତୁତ ତେବେ ତାଙ୍କୁ ଦଳ ଲାଗି ବାଛ ବୋଲି ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଗଣମାଧ୍ୟମକୁ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ତୃତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ହରଭଜନ କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ୍‌ ପରେ ଖେଳି ନାହାଁନ୍ତି। କିନ୍ତୁ ମୁଁ ଲିଖିତ ଆକାରରେ କହିପାରେ ଯେ ଯଦି ସେ ଫିଟ୍ ଏବଂ ଆଇପିଏଲ୍ ହଉ କି ନାହିଁ। ଦଳର ସନ୍ତୁଳନ ରକ୍ଷା ପାଇଁ ଅଲ୍‌ରାଉଣ୍ଡର ହାର୍ଦିକଙ୍କୁ ଦଳରେ ସ୍ଥାନ ମିଳିବା ଦରକାର ଅଫ୍ ସ୍ପିନର କହିଛନ୍ତି।