ଲିଡ୍ସ: ଲିଡ୍ସ ଦିନିକିଆରେ ପରାଜିତ ହୋଇ ଫେରିବା ବେଳେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଚରଣ ତାଙ୍କ ଅବସର ଚର୍ଚାକୁ ଆହୁରି ବଢ଼ାଇ ଦେଇଛି। ଧୋନି ସାଧାରଣତଃ ଭାରତ ବିଜୟ ପରେ ଷ୍ଟମ୍ପ୍କୁ ସ୍ମରଣିକା ଭାବେ ନେଇଥାଆନ୍ତି। ହେଲେ ମଙ୍ଗଳବାର ସେ ଅମ୍ପାୟାରଙ୍କୁ ମ୍ୟାଚ୍ ବଲ୍ ମାଗୁଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବ୍ୟାପି ଯାଇଛି। ଧୋନିଙ୍କର ଏହି ଅଚାନକ ବଲ୍ ପ୍ରେମ ପରେ ତାଙ୍କ ଅବସର ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ୨୦୧୪ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତଙ୍କୁ ଚକିତ କରି ସେ ଅଚାନକ ଟେଷ୍ଟ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରିଥିଲେ। ଚଳିତ ଇଂଲଣ୍ଡ ଗସ୍ତରେ ଧୋନି ଏମିତି କିଛି କରିବେ କି? ବୋଲି ଏହି ଭିଡିଓ ପଦାକୁ ଆସିବା ପରେ ସାଧାରଣରେ ପ୍ରଶ୍ନ ଉଠିଛି। ସେପଟେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଧୋନିଙ୍କ ଦିନିକିଆ ପ୍ରଦର୍ଶନକୁ ସମାଲୋଚନା କରିଛନ୍ତି।
ଧୋନିଙ୍କ ଅବସର ଚର୍ଚା
/sambad/media/post_attachments/wp-content/uploads/2018/06/MS-Dhoni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)