ଧୋନି ଦିନିକିଆ ଛାଡ଼ିବା ସଙ୍କେତ ଦେଲେ ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ଦୁଇ ଥର ବିଶ୍ବକପ୍ ବିଜୟୀ କରାଇଥିବା ବହୁ ଲୋକପ୍ରିୟ କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି ଖୁବଶୀଘ୍ର ଏକଦିବସୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିପାରନ୍ତି। ତେବେ ଆସନ୍ତା ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ବିଚାରକୁ ନିଆଯାଇପାରେ। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଗୁରୁବାର ଏହି ସଙ୍କେତ ଦେଇଛନ୍ତି।

Zee News

ଏଥିନେଇ ସେ ଧୋନିଙ୍କ ସହ ଆଲୋଚନା କରିସାରିଥିବା ଶାସ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି। ସେହିଭଳି ଧୋନି ବହୁ ମାଇଲଖୁଣ୍ଟର ଅଧିକାରୀ। ତାଙ୍କୁ ନେଇ ଅଯଥା ଓ ଅଦରକାରୀ ଆଲୋଚନା ନ କରିବାକୁ ସେ ଆହ୍ବାନ କରିଛନ୍ତି। ସେପଟେ ଆଇସିସିର ଚାରି ଦିନିଆ ଟେଷ୍ଟ୍‌ ମ୍ୟାଚ୍ ଯୋଜନାକୁ ସେ ତୀବ୍ର ବିରୋଧ କରିଛନ୍ତି। ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି ଶାସ୍ତ୍ରୀ କହିଛନ୍ତି ଯେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତାହାଲେ ଆମେ ସୀମିତ ଓଭର ଟେଷ୍ଟ୍‌ ମ୍ୟାଚ୍ ଖେଳିବା ସାର ହେବ। ପାଞ୍ଚ ଦିନିଆ ଟେଷ୍ଟ୍‌କୁ ଅଦଳବଦଳ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ଆଇସିସି କିଛି ଅଦଳ ବଦଳ କରିବାକୁ ଚାହୁଁଛି, ତାହାଲେ ଶୀର୍ଷ ୬ ଦଳ ପାଞ୍ଚ ଦିନିଆ ଏବଂ ଅନ୍ୟ ସବୁ ଦଳ ଚାରି ଦିନିଆ ଟେଷ୍ଟ ଖେଳିବାକୁ ଏକ ବିକଳ୍ପ ଭାବେ ନିଆଯାଇପାରେ।

ସମ୍ବନ୍ଧିତ ଖବର