ଅନ୍ତର୍ଜାତୀୟ କ୍ରିକେଟରୁ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତୀୟ କ୍ରିକେଟର ସବୁଠାରୁ ଲୋକପ୍ରିୟ କ୍ରିକେଟିୟରଙ୍କ ମଧ୍ୟରେ ଅନ୍ୟତମ ଧୋନୀ ସବୁପ୍ରକାରର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

 

 

View this post on Instagram

 

Thanks a lot for ur love and support throughout.from 1929 hrs consider me as Retired

A post shared by M S Dhoni (@mahi7781) on

ତାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଏ । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା ।

ଭାରତୀୟ କ୍ରିକେଟରେ ଜଣେ ସଫଳ ଓ୍ଵିକେଟ କିପର ଏବଂ ମ୍ୟାଚ ଫିନିସର ଭାବେ ଲୋକପ୍ରିୟ ଧୋନୀ ୨୦୦୪ରେ ବାଂଲାଦେଶ ବିରୁଦ୍ଧରେ ଏକଦିବସୀୟ କ୍ୟାରିୟର ଓ ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୬ ଡିସେମ୍ବର ୨୦୧୪ ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ସେ ନିଜର ଅନ୍ତିମ ଟେଷ୍ଟ ଖେଳିଥିଲେ । ସେହିପରି ୨୦୧୯, ଜୁଲାଇ ୯ରେ ସେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ନିଜର ଅନ୍ତିମ ଏକଦିବସୀୟ ଖେଳିଥିଲେ । ସେ ଟେଷ୍ଟରେ ୪୮୭୬ ରନ ଓ ଏକ ଦିବସୀୟରେ ୧୦୭୭୩ ରନ ଓ ଟି୨୦ରେ ୧୬୧୭ ରନ ସଂଗ୍ରହ କରିଛନ୍ତି । ୨୦୦୬ରେ ସେ ନିଜର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ ଓ ଏହାର ବର୍ଷକ ପରେ ଅର୍ଥାତ ୨୦୦୭ରେ ଭାରତକୁ ଟି୨୦ ବିଶ୍ୱକପ ଜିତାଇଥିଲେ ।

ସମ୍ବନ୍ଧିତ ଖବର