ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ନିଜ ସ୍ଥାନ ବଜାୟ ରଖିଲେ ଧୋନି

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳ ଘୋଷଣା ହୋଇଛି । ଜାନୁୟାରୀ ୨୩ରେ ଆରମ୍ଭ ହେବାକୁ ଥିବା ଏହି ଗସ୍ତ ପାଇଁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଟିମରେ ରଖାଯାଇଛି । ଜାନୁୟାରୀମାସରେ ଅଷ୍ଟ୍ରେଲିଆ ସହିତ ହେବାକୁ ଥିବା ଏକଦିବସୀୟ ସିରିଜରେ ମଧ୍ୟ ସେ ଦଳରେ ରହିଛନ୍ତି । ଅଷ୍ଟ୍ରେଲିଆ ସହିତ ଭାରତ ୩ଟି ଏକଦିବସୀୟ ମ୍ୟାଚ ଖେଳିବ । ସେଗୁଡିକ ଜାନୁୟାରୀ ୧୨,୧୫ ଓ ୧୮ରେ ଖେଳାଯିବ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ସହିତ ଭାରତ ୫ଟି ଏକଦିବସୀୟ ମ୍ୟାଚ ଓ ୩ଟି ଟି୨୦ ଖେଳିବ । ଏଗୁଡିକ ଜାନୁୟାରୀ ୨୩, ୨୬,୨୮, ୩୧ ଓ ଫେବ୍ରୁଆରୀ ୩ରେ ଖେଳାଯିବ । ସେହିପରି ଟି୨୦ ମ୍ୟାଚ ଫେବ୍ରୁଆରୀ ୬,୮ ଓ ୧୦ ରେ ଖେଳାଯିବ ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେଏଲ ରାହୁଲ, ଶିଖର ଧଓ୍ଵନ,ଦିନେଶ କାର୍ତ୍ତିକ, ଅମ୍ବାତି ରାଇଡୁ, କେଦାର ଯାଦବ, ଏମଏସ ଧୋନି, ହାର୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜାଦେଜା, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ଖଲିଲ ଅହମଦ ଓ ମହମ୍ମଦ ସାମି ।

ସମ୍ବନ୍ଧିତ ଖବର