ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଛି | ଅଧିନାୟକ ଧୋନିଙ୍କ ନେତୃତ୍ୱରେ ଖେଳୁଥିବା ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ | ଚେନ୍ନାଇ ସୁପର କିଙ୍ଗ୍ସର ବିଫଳତା ମଧ୍ୟରେ ଏଥର ଧୋନିଙ୍କ ଶେଷ ଆଇପିଏଲ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କୁହାଯାଇଥିଲା ଯେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିବା ଧୋନି ଏଥର ଶେଷ ଥର ପାଇଁ ଆଇପିଏଲ ଖେଳିବେ |
କିନ୍ତୁ ଏହାକୁ ନେଇ ସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି ଖୋଦ ଧୋନି | କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ସିଏସକେର ଶେଷ ଲିଗ୍ ମ୍ୟାଚରେ ଧୋନି ଘୋଷଣା କରିଛନ୍ତି ଯେ ସେ ଆଇପିଏଲରେ ଖେଳିବେ ଏବଂ ବର୍ତ୍ତମାନ ଅବସର ନେବାକୁ ତାଙ୍କର ଉଦ୍ଦେଶ୍ୟ ନାହିଁ। ଧୋନି କହିଛନ୍ତି ଯେ, 'ମୁଁ ଚେନ୍ନାଇ ପାଇଁ ହିଁ ଖେଳିବି' |
ଯେତେବେଳେ ଆଇପିଏଲ୍ ୨୦୨୦ ରେ ଏମ୍ଏସ୍ ଧୋନି ଶେଷ ଟସ୍ ପାଇଁ ଆସିଥିଲେ, ତାଙ୍କୁ କମେନ୍ଟଟେଟର ଡାନି ମୋରିସନ୍ ପଚାରିଥିଲେ ଯେ ହଳଦିଆ ଜର୍ସିରେ ଏହା ଆପଣଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ହେବ କି? ଆଉ ଧୋନି ସିଧାସଳଖ ଉତ୍ତର ଦେଇଥିଲେ ଯେ - 'ନା, ନା, ଏହା ମୋର ହଳଦିଆ ଜର୍ସିର ଶେଷ ମ୍ୟାଚ୍ ନୁହେଁ।' ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ ଏହା ମଧ୍ୟ କହିଛନ୍ତି ଯେ ଧୋନି ଆସନ୍ତା ସିଜନରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନଜର ଆସିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/dhoni1.jpg)