ଭାରତୀୟ କିଂବଦନ୍ତି ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଗୁରୁବାର ବ୍ଲାକ୍ ଫରେଷ୍ଟ କେକ୍ କାଟି ୧୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। କେବଳ କେକ୍ କାଟି ଉଭୟ ଉଭୟଙ୍କୁ ଖୁଆଇ ଏହି ବିବାହ ବାର୍ଷିକୀକୁ ସେମାନେ ସୀମିତ ରଖିଥିଲେ। ଏପରିକି ଝିଅ ଜିଭା ମଧ୍ୟ ଉପସ୍ଥିତ ନଥିଲେ। ଜିଭା ଆବାସିକ ବିଦ୍ୟାଳୟରେ ପଢ଼ୁଥିବାରୁ ବାପା-ମା’ଙ୍କ ଏହି ଉତ୍ସବରେ ଯୋଗ ଦେଇ ନଥିଲେ। କିନ୍ତୁ ଧୋନି ଓ ସାକ୍ଷୀ କେକ୍ କାଟିଲା ବେଳେ ନିକଟରେ ସେମାନଙ୍କ କୁକୁର ଉପସ୍ଥିତ ରହି କେକ୍ ଉପରେ ଲୋଲୁପ ଦୃଷ୍ଟି ରଖିଥିଲା। ଉଭୟ କେକ୍ କାଟୁଥିବାର ଫଟୋକୁ ରାଞ୍ଚିସ୍ଥିତ କୁଶମାହି କ୍ରିକେଟ୍ ଏକାଡେମିର ଜଣେ ପ୍ରଶିକ୍ଷକ ସୁବୋଧ ସିଂହ କୁଶୱା ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହାର ଶିରୋନାମରେ ସେ ଲେଖିଥିଲେ, ‘ବିବାହ ବାର୍ଷିକୀ ପାଳନ @ ମାହି୭୭୮୧ @ ସାକ୍ଷୀ ସିଂହ’। ସାକ୍ଷୀ ମଧ୍ୟ ଇନ୍ଷ୍ଟାଗ୍ରାମରେ କହିଥିଲେ ‘ଆମର ୧୫ତମ ବର୍ଷ ଆରମ୍ଭ’। ସୂଚନାଯୋଗ୍ୟ ଯେ ସାକ୍ଷୀ ଓ ମାହି ୨୦୧୦ ଜୁଲାଇ ୪ରେ ଡେରାଡୁନ୍ର ଏକ ଫାର୍ମହାଉସ୍ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ସ୍କୁଲ୍ ବେଳର ସାଙ୍ଗ ଥିଲେ। ରାଞ୍ଚିର ସାମିଲି ଡିଏଭି ସ୍କୁଲ୍ରେ ପଢ଼ୁଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp