ଚେନ୍ନାଇ: ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଚେନ୍ନାଇ ବିମାନ ବନ୍ଦର ଚଟାଣରେ ଶୋଇଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ମଙ୍ଗଳବାର ରାତିରେ ଚେନ୍ନାଇରେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ଖେଳିଥିଲା ସିଏସ୍କେ। ଏହାର ଗୋଟିଏ ଦିନ ପରେ ଏହି ଦଳ ଗୁରୁବାର ଜୟପୁରରେ ରାଜସ୍ଥାନ ବିପକ୍ଷରେ ଖେଳିବା। ବ୍ୟସ୍ତ ବହୁଳ ସୂଚୀ ଥିବାରୁ ସିଏସ୍କେ ଜୟପୁର ଗସ୍ତ ଲାଗି ବୁଧବାର ସକାଳେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଥିଲା। ଏଭଳି ସୂଚୀକୁ ଧୋନି ସିଧାସଳଖ ବିରୋଧ କରି ନଥିଲେ ମଧ୍ୟ ବିଶ୍ରାମ ପାଇଁ କିଭଳି ପତ୍ନୀ ସାକ୍ଷୀଙ୍କ ସହ ବିମାନ ବନ୍ଦର ଚଟାଣରେ ଶୋଇଛନ୍ତି ତାହାର ଫଟୋକୁ ଟ୍ବିଟର୍ର ପ୍ରକାଶ କରିଛନ୍ତି। ‘ଆଇପିଏଲ୍ର ସମୟ ସାରଣୀ ଏଭଳି ରହିଛି ଯେ ସକାଳ ବିମାନ ଧରିବାଲାଗି ଆମକୁ କ’ଣ କରିବାକୁ ପଡ଼ୁଛି’ ବୋଲି ସେ ଏହାର ଶିରୋନାମା ରଖିଥିଲେ। ଚଳିତ ବର୍ଷର ଆଇପିଏଲ୍ ସମୟ ସୂଚୀକୁ ନେଇ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ସହଯୋଗୀ ପ୍ରଶିକ୍ଷକ ମହମ୍ମଦ କୈଫ୍ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ମ୍ୟାଚ୍ ରାତି ୧୨ଟାରେ ଶେଷ ହେଉଥିଲା ବେଳେ ଅନେକ ଦଳର ପ୍ରତି ୩ ଦିନରେ ଦୁଇଟି ମ୍ୟାଚ୍ ବିଭିନ୍ନ ସ୍ଥାନରେ ରହୁଛି। ଯାତ୍ରାରେ କିଛି ସମୟ ଯିବାପରେ ଖେଳାଳିମାନଙ୍କୁ ଠିକ୍ରେ ବିଶ୍ରାମ ମିଳୁନି ବୋଲି ସେ କହିଥିଲେ।
ବିମାନ ବନ୍ଦରରେ ଶୋଇଲେ ଧୋନି-ସାକ୍ଷୀ
/sambad/media/post_attachments/wp-content/uploads/2019/04/dhoni-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)