ଗୀତ ଗାଇ ହୃଦୟ ଜିତିଲେ, ଧୋନି

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଅନେକ କୀର୍ତ୍ତିମାନ ଛାଡ଼ି ସାରିଥିବା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଚର୍ଚ୍ଚା ପିଛା ଛାଡୁନାହିଁ। ସମ୍ପ୍ରତି ଟେରିଟୋରିଆଲ୍ ଆର୍ମିରେ ନିଯୁକ୍ତ ରହି କଶ୍ମୀରରେ ପାଟ୍ରୋଲିଂ କରୁଥିବା ଧୋନି ସୋମବାର ଭଲିବଲ୍‌ ଖେଳି ଅନେକଙ୍କ ଆକର୍ଷଣରେ ରହିଥିଲେ। ମଙ୍ଗଳବାର କିନ୍ତୁ ମାହି ନିଜ ସଂଗୀତ ସ୍ବରରେ ବହୁ ପ୍ରଶଂସକଙ୍କୁ ପ୍ରଭାବିତ କରିଛନ୍ତି। ଏହି ଅବସରରେ ଧୋନି ମଧ୍ୟ ଲୋକପ୍ରିୟ ହିନ୍ଦି ସଂଗୀତ ‘ମେଁ ‌ପଲ୍‌ ଦୋ ପଲ୍‌ କା ସାୟର ହୁଁ’ ଗାଇବା କୋଟି କୋଟି ପ୍ରଶଂସକଙ୍କୁ ପସନ୍ଦ ଲାଗିଛି। ଟ୍ବିଟର୍ ପୃଷ୍ଠାରେ ଧୋନି ପୋଷ୍ଟ୍ କରିଥିବା ଏହି ଭିଡିଓରେ ସେ ଆର୍ମି ଅଧିକାରୀମାନଙ୍କୁ ଭାରତୀୟ କ୍ରିକେଟ୍‌ର ସେବା ସମୟର କାହାଣୀ କହୁଥିବା ଦେଖିବାକୁ ମିଳିଛି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧୋନି ପାଟ୍ରୋଲିଂ କରିବାକୁ ଧାର୍ଯ୍ୟ ହୋଇଛି। ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଓହରିଥିବାରୁ କ୍ରିକେଟ୍‌ଠାରୁ ମଧ୍ୟ ୨ ମାସ ଦୂରେଇ ରହିଛନ୍ତି। ଟେଷ୍ଟ୍ କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ସେ ସୀମିତ ଓଭରକୁ ଅଲବିଦା କହିନାହାନ୍ତି।

ସମ୍ବନ୍ଧିତ ଖବର