ଚେନ୍ନାଇ: ଗୁଜରାଟ ଟାଇଟନ୍ସ ବିପକ୍ଷ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟାରରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମ୍ୟାଚ୍‌କୁ ୪ ମିନିଟ୍‌ ଅଟକାଇଥିଲେ। କିନ୍ତୁ ଏମିତି କରାଯିବାର କାରଣ ଅନେକ ବୁଝିପାରିନଥିଲେ ବି କେତେକ ବିଶ୍ଲେଷଣକାରୀ ଏହାର ପ୍ରକୃତ ରହସ୍ୟ ଉନ୍ମୋଚନ କରିଛନ୍ତି। ଦ୍ବିତୀୟ ପାଳିର ୧୨ତମ ଓଭରରେ ବୋଲିଂ କରିବା ପରେ ପଡ଼ିଆ ବାହାରକୁ ଚାଲିଯାଇଥିଲେ ଦ୍ରୁତ ବୋଲର ‌‌ମହେଶ ପଥିରଣା।

Advertisment

୧୬ତମ ଓଭରରେ ତାଙ୍କୁ ବୋଲିଂ ଦେବାକୁ ପଡ଼ିଆକୁ ଆଣିଥିଲେ ଧୋନି। ହେଲେ ପଡ଼ିଆ ଅମ୍ପାୟାର ଏହାକୁ ବିରୋଧ କରିଥିଲେ। ପଡ଼ିଆ ମଧ୍ୟରେ ‌ବହୁ ସମୟ ନଥିବାରୁ ତାଙ୍କୁ ବୋଲିଂ ଅନୁମତି ଦେଇନଥିଲେ। କିନ୍ତୁ ଚତୁର ଧୋନି ଅମ୍ପାୟାରଙ୍କ ସହ ଲମ୍ବା ସମୟ ଧରି ଆଲୋଚନା କରିବା ସହ ବୁଝାଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ପ୍ରାୟ ୪ ମିନିଟ୍‌ ମ୍ୟାଚ୍‌ ବନ୍ଦ ରହିଥିଲା। ଅମ୍ପାୟରଙ୍କୁ ବୁଝାଇବାରେ ମଧ୍ୟ ଧୋନି ସଫଳ ହୋଇଥିଲେ ଏବଂ ଆବଶ୍ୟକୀୟ ସମୟ ଅତିବାହିତ ହୋଇଯାଇଥିଲା। ଯାହାଫଳରେ ପଥିରଣାଙ୍କୁ ୧୬, ୧୮ ଓ ୨୦ତମ ଓଭର ବୋଲିଂ ଦେଇ ତାଙ୍କ କୋଟା ପୂରଣ କରିଥିଲେ।