ଆଇପିଏଲ ୨୦୨୩ରେ ବି ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ରହିବେ ଧୋନୀ

ମୁମ୍ବାଇ : ଧୋନୀ ଫ୍ୟାନମାନଙ୍କ ପାଇଁ ଖୁସିଖବର । ଆସନ୍ତା ୨୦୨୩ ଆଇପିଏଲ ସିଜିନ ପାଇଁ ବି ସେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକତ୍ବ କରିବେ । ଏ ନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି ।

ସେ ଆସନ୍ତା ବର୍ଷ ପୁଣି ହଳଦିଆ ଜର୍ସିରେ ଫେରିବେ କି ନା ପଚରାଯିବାରୁ ତାହାର ଉତ୍ତରରେ ଧୋନୀ କହିଛନ୍ତି ଯେ ସେ ନିଶ୍ଚିତଭାବେ ଆସନ୍ତା ବର୍ଷ ଫେରିବେ । ତେବେ ଆସନ୍ତା ସିଜିନରେ ଯଦି ଆଇପିଏଲ ଦେଶର ଅନ୍ୟ ସ୍ଥାନରେ ବି ଅନିୁଷ୍ଠିତ ହେବେ ସାରାଦେଶରେ ଥିବା ନିଜ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇପାରିବେ ବୋଲି ସେ କହିଛନ୍ତି ।

ଆଜି (ଶୁକ୍ରବାର) ଆଇପିଏଲରେ ରାଜସ୍ଥାନ ରୟାଲ୍ସ ସହ ଖେଳୁଛି ଚେନ୍ନାଇ ସୁପରକିଙ୍ଗସ । ଏହି ମ୍ୟାଚ ପରେ ଧୋନୀ ଅବସର ନେବେ ବୋଲି ପୂର୍ବରୁ କଳ୍ପନା ଜଳ୍ପନା ଚାଲିଥିଲା । ଏ ପରିପ୍ରେକ୍ଷାରେ ଧୋନୀଙ୍କ ଏହି ବୟାନ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ।

ଧୋନୀଙ୍କୁ ତାଙ୍କ ଭବିଷ୍ୟତ ଯୋଜନା ସଂପର୍କରେ ପଚରା ଗଲାରୁ ସେ ତାହାର ଉତ୍ତରରେ କହିଛନ୍ତି ଯେ, ଚେନ୍ନାଇ ପାଇଁ ନ ଖେଳିବା ଏକ ଅନ୍ୟାୟ ହେବ । ମୁମ୍ବାଇରେ ସେ ଅନେକ ଭଲପାଇବା ଓ ସଦିଚ୍ଛା ପାଇଛନ୍ତି । କିନ୍ତୁ ସିଏସକେ ଫ୍ୟାନମାନଙ୍କ ପାଇଁ ତାହା ଅନ୍ୟାୟ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ତାଙ୍କର ଶେଷ ଆଇପିଏଲ କି ନା ସେ କହିପାରିବେ ନାହିଁ । କାରଣ ଆସନ୍ତା ବର୍ଷ ଫେରିବାକୁ ସେ କଠିନ ପରିଶ୍ରମ କରୁଛନ୍ତି ।

 

 

ସମ୍ବନ୍ଧିତ ଖବର