ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବକପ୍ ବିଜେତା ମହେନ୍ଦ୍ର ସିଂହ ଧୋନି ଆସନ୍ତାକାଲି (ବୁଧବାର)ଠୁ କଶ୍ମୀରରେ ତାଙ୍କ ପାଟ୍ରୋଲିଂ ଦାୟିତ୍ବ ଆରମ୍ଭ କରିବେ। ଟେରିଟୋରିଆଲ ଆର୍ମିର ୧୦୬ ପାରାଚୁଟ୍ ବାହିନୀରେ ଯୋଗଦେଇଥିବା ଧୋନି ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କଶ୍ମୀରରେ ରହି ଯବାନଙ୍କ ଗହଣରେ ପାଟ୍ରୋଲିଂ କରିବା ସାଙ୍ଗକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟିକୁ ଜଗିବେ। ବିଶ୍ବ କ୍ରିକେଟରେ ଜଣେ ଖେଳାଳି ଲେଫ୍ଟନାଣ୍ଟ୍ କର୍ନେଲ ଭୂମିକା ପାଇବା ଆଦୌ ନୂଆ ନୁହେଁ। କିନ୍ତୁ ଅପରେସନ୍ରେ ନିଯୁକ୍ତ ହେବା ସମ୍ପୂର୍ଣ୍ଣ ନୂଆ। ଆଉ ଧୋନି ଆସନ୍ତାକାଲି ଏହି ଦାୟିତ୍ବରେ ଅବତୀର୍ଣ୍ଣ ହେବେ। ସେ ଭିକ୍ଟର ଫୋର୍ସ ସହ ରହି ଏହି ଦାୟିତ୍ବ ତୁଲାଇବେ। ବିଶେଷକରି ଏହି ଦାୟିତ୍ବ ତୁଲାଇବା ଅବସରରେ ଧୋନି ଯୁବ ଜବାନମାନଙ୍କ ଗହଣରେ ରହି ସେମାନଙ୍କ ମନୋବଳ ବଢ଼ାଇବେ ବୋଲି ସେନା ଅଧିକାରୀ କହିଛନ୍ତି। ଧୋନି ଜଣେ ପାରାଟ୍ରୁପର ଭାବେ ପ୍ରଶିକ୍ଷଣ ନେଇଛନ୍ତି ଏବଂ ଏୟାରକ୍ରାଫ୍ଟରୁ ଲମ୍ଫ ମଧ୍ୟ ମାରିଛନ୍ତି। ତେଣୁ ତାଙ୍କ କଶ୍ମୀର ନିଯୁକ୍ତି ପ୍ରଶିକ୍ଷଣର ଏକ ଅଂଶବିଶେଷ ବୋଲି ସେନା ଅଧିକାରୀ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp