ପୁଣି ଜୋର ଧରିଲା କୋହାଲି ବନାମ ‌ଧୋନି ଚର୍ଚ୍ଚା

ନୂଆଦିଲ୍ଲୀ: ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ପରାଜିତ ହେବା ପରେ ପୁଣି ଥରେ କୋହଲି ବନାମ ଧୋନି ଚର୍ଚ୍ଚା ଜୋର ଧରିଛି। ଦୁଇ ଜଣଙ୍କ ଭିତରୁ କିଏ ଭଲ ଅଧିନାୟକ? ସେ ତର୍କବିତର୍କ ଏବେ ସାମାଜିକ ଗଣମାଧ୍ୟମରେ ଲାଗି ରହିଛି। କୋହଲି କିଭଳି ତାଙ୍କ ଅଧିନାୟକ ଜୀବନରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଆଇସିସି ଟ୍ରଫି ଜିତି ପାରିନାହାନ୍ତି ସେକଥା ଉଠାଉଛନ୍ତି ତାଙ୍କ ନେତୃତ୍ବ ଶୈଳୀକୁ ପସନ୍ଦ କରୁନଥିବା ନିନ୍ଦୁକମାନେ। ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତ ଦୁଇ ଥର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ବୋଲରମାନେ ବି ସେମିତି କିଛି ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ। ଫଳରେ କୋହଲିଙ୍କ ନେତୃତ୍ବ ଶୈଳୀକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିବା ଆରମ୍ଭ ‌ହୋଇ ଯାଇଥିଲା।

ସୂଚନାଯୋଗ୍ୟ ଯେ ଭାରତ ମୋଟ ୧୦ଟି ଆଇସିସି ଫାଇନାଲ୍‌କୁ ଯାଇଥିଲା ବେଳେ ଧୋନିଙ୍କ ନେତୃତ୍ବରେ ଭାରତ ଚାରିଟି ଫାଇନାଲ୍‌ ଖେଳି ତିନିଟିରେ ବିଜୟୀ ହୋଇଛି। ଅନ୍ୟ ସମସ୍ତ ଅଧିନାୟକ ୬ ଫାଇନାଲ୍‌ରୁ ମାତ୍ର ଗୋଟିଏ ଜିତିଛନ୍ତି। ହେଲେ କୋହଲିଙ୍କ ନେତୃତ୍ବରେ କିନ୍ତୁ ଗୋଟିଏ ହେଲେ ବି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ।

ସମ୍ବନ୍ଧିତ ଖବର