ନୂଆଦିଲ୍ଲୀ: ଆମ୍ରପାଲି ଗ୍ରୁପ୍ଠାରୁ ବକେୟା ପାଉଣା ଅସୁଲ କରିବା ଲାଗି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୬ ବର୍ଷ ଧରି ଧୋନି ଏହି କଂପାନିର ପ୍ରଚାର ପ୍ରସାର କରିଥିଲେ। ଚୁକ୍ତି ମୁତାବକ କଂପାନି ଏଥିଲାଗି ତାଙ୍କୁ ୨୨.୫୩ କୋଟି ଟଙ୍କା ଦେବାର ଥିଲା। ହେଲେ କଂପାନି ଟଙ୍କାଟିଏ ମଧ୍ୟ ଦେଇ ନଥିଲା। ସେଥିପାଇଁ ଧୋନି ନିଜ ଓକିଲଙ୍କ ମାଧ୍ୟମରେ ୨୨.୫୩ କୋଟି ଟଙ୍କାର ମୂଳରାଶି ଏବଂ ୧୬.୪୨ କୋଟି ଟଙ୍କାର ସୁଧ ସହ ମୋଟ ୩୮.୯୫ କୋଟି ଟଙ୍କା ଆଦାୟ କରିବାକୁ ଉଚ୍ଚତମ ନ୍ୟାୟାଳୟକୁ ଯାଇଛନ୍ତି। ଆମ୍ରପାଲି ଗ୍ରୁପ୍ ବିରୋଧରେ ଧୋନିଙ୍କ ସହ ଏହି କଂପାନିଠାରୁ ଘର କିଣିଥିବା ୪୬,୦୦୦ ଗ୍ରାହକ ମଧ୍ୟ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। କଂପାନି ଘର ଯୋଗାଇବା ଲାଗି ଏହି ଗ୍ରାହକଙ୍କଠାରୁ କୋଟ କୋଟି ଟଙ୍କା ନେଇଥିଲେ ମଧ୍ୟ ନିଜ ପ୍ରତିଶ୍ରୁତି ରଖି ନଥିଲା।
ଆମ୍ରପାଲି ବିରୋଧରେ ଉଚ୍ଚତମ ନ୍ୟାୟାଳୟ ଗଲେ ଧୋନି
/sambad/media/post_attachments/wp-content/uploads/2019/03/dhoni-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)