୨୦୨୩ରେ ବି ଖେଳିବେ ଧୋନି

ମୁମ୍ବାଇ: ଆଇପିଏଲ୍‌ରେ ଦୁଇ ଥର ବିଶ୍ବକପ୍‌ ବିଜେତା ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଥରେ ଆଇପିଏଲ୍‌ରେ ଦେଖିବାକୁ ପାଇବେ ତାଙ୍କ ପ୍ରଶଂସକ। ଶୁକ୍ରବାର ସେ ନିଜେ ଏହି ବିଷୟରେ ‌ସ୍ପଷ୍ଟ କରିଛନ୍ତି। ‘‘ନିଶ୍ଚିତ, ମୁଁ ଆସନ୍ତା ବର୍ଷ ଆଇପିଏଲ୍‌ ଖେଳିବି। ଚେନ୍ନାଇ ପାଇଁ ନଖେଳିବା ଅନ୍ୟାୟ ହେବ। ଏହା ସିଏସ୍‌କେ ପ୍ରଶଂସକଙ୍କ ପାଇଁ ଭଲ ହେବନି। ୨୦୨୩ ମୋର ଶେ‌ଷ ବର୍ଷ ହେବ କି ନାହିଁ, ତାହା ଆଗକୁ ଦେଖିବି’’ ବୋଲି ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ଟସ୍‌ ପକାଇବା ବେଳେ କହିଛନ୍ତି ଧୋନି।

ସମ୍ବନ୍ଧିତ ଖବର