ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଉ ଆଇପିଏଲ୍ରେ ଖେଳିବେ କି ନାହିଁ ଚଳିତ ବର୍ଷ ଡିସେମ୍ବରରେ ନିଷ୍ପତ୍ତି ନେବେ। ମଙ୍ଗଳବାର ଗୁଜରାଟ ଜାଏଣ୍ଟସ୍ ବିପକ୍ଷ ପ୍ରଥମ କ୍ବାଲିଫାୟର ବିଜୟ ପରେ ଏହି କଥା ଧୋନି କହିଛନ୍ତି। ‘‘ଏବେ ମୁଁ ଜାଣିନି, ନିଷ୍ପତ୍ତି ନେବାକୁ ପରବର୍ତ୍ତୀ ଆଇପିଏଲ୍ ନିଲାମ ପୂର୍ବରୁ ୮-୯ ମାସ ବାକି ରହିଛି। ତେଣୁ ନିଷ୍ପତ୍ତି ନେବାକୁ ଯଥେଷ୍ଟ ସମୟ ରହିଛି। ଡିସେମ୍ବରରେ ନିଲାମ ଅଛି। ମୁଁ ସର୍ବଦା ସିଏସ୍କେକୁ ଫେରିବି। ଗତ ଜାନୁଆରି ପରଠୁ ମୁଁ ବାହାରେ ରହୁଛି। ମାର୍ଚ୍ଚରୁ ଅଭ୍ୟାସ କରୁଛି। ତେଣୁ ଆଗକୁ ଦେଖିବା’’ ବୋଲି ୪୧ ବର୍ଷୀୟ ଧୋନି ଦଳକୁ ଦଶମ ଥର ଲାଗି ଫାଇନାଲ୍ ପହଞ୍ଚାଇବା ପରେ କହିଛନ୍ତି।
ଆଇପିଏଲ୍ରେ ଖେଳିବେ କି ନାହିଁ ଡିସେମ୍ବରରେ ନିଷ୍ପତ୍ତି ନେବେ ଧୋନି
/sambad/media/post_attachments/wp-content/uploads/2023/05/Dhoni-Will-Take-Decision-in-December-Wheather-He-Will-Play-or-Not-in-IPL_Thumbnail.jpg)