ପୁଣି ଚର୍ଚ୍ଚାରେ ଧୋନିଙ୍କ ଲାଡ୍‌ଲି; ଚକିତ ହୋଇ ଦେଖିଲେ ଧୋନି, ଯୁବରାଜ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟ୍‌ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ତାଙ୍କ ଝିଅ ଜିଭା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମୁମ୍ବାଇରେ ଆୟୋଜିତ ଏକ ପାର୍ଟିକୁ ଧୋନୀ ଓ ତାଙ୍କ ପରିବାର ଲୋକ ଯାଇଥିବା ବେଳେ ପାର୍ଟିରେ ଜିଭା କରିଥିଲେ ନୃତ୍ୟ ଆଉ ବନିଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ। ଜିଭାଙ୍କ ଏହି ନୃତ୍ୟ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ପାର୍ଟିରେ ଜିଭାଙ୍କ ଜଲୱା। ଭାଇରାଲ ହେଲା ଡ୍ୟାନ୍‌ସ ଭିଡିଓ। ଡ୍ୟାନ୍‌ସ ଫ୍ଲୋରରେ ମସ୍ତିଭରା ଡ୍ୟାନ୍‌ସ କରୁଛନ୍ତି ଜିଭା। ଫ୍ଲରୋଲ ଲେହେଙ୍ଗାରେ ଜିଭା ବହୁତ କ୍ୟୁଟ ଦେଖାଯାଉଥିବା ବେଳେ ତାଙ୍କର ଡ୍ୟାନ୍‌ସ ପାର୍ଟିରେ ପୂରା ଚାରଚାନ୍ଦ ଲଗେଇଥିଲା। ଅନ୍ୟପଟେ ଝିଅ ଡ୍ୟାନ୍‌ସ କରୁଥିବା ବେଳେ ବାପା ଧୋନି ଠିଆ ହୋଇ ନିରିଖି ଦେଖୁଥିଲେ। ଝିଅର ଡ୍ୟାନ୍‌ସରେ ମସଗୁଲ ହୋଇଥିବା କ୍ୟାପଟେନ କୁଲ ଆଖିର ପଲକ ପଡ଼ୁନଥିଲା। ଜିଭାଙ୍କ ଏହି ମସ୍ତିୱାଲା ଡ୍ୟାନ୍‌ସ ପାର୍ଟିରେ ସମସ୍ତ ଲୋକଙ୍କୁ ଖୁସିର ଖୋରାକ ଯୋଗାଇଥିଲା।

 

ଲଣ୍ଡନ ବିପକ୍ଷରେ ଖେଳି ଭାରତକୁ ଫେରିବା ପରେ ମୁମ୍ବାଇରେ ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ ଧୋନୀଙ୍କ ପରିବାର। ସାକ୍ଷୀଙ୍କ ଘନିଷ୍ଠତା ବାନ୍ଧବୀଙ୍କ ବିବାହ ଥିବା ବେଳେ ମେହେନ୍ଦୀ ଓ ସଙ୍ଗୀତ ସେରିମନୀରେ ସମସ୍ତେ ସାମିଲ ହୋଇଥିଲେ। ଏହି ପାର୍ଟିରେ କ୍ରିକେଟ ତାରକାଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଦେଖିବାକୁ ମିଳିଥିଲା। ହେଲେ ପାର୍ଟିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଭା। ଜିଭା ତାଙ୍କର ଏହି କ୍ୟୁଟନେସ ପାଇଁ ସୋସଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ସମ୍ବନ୍ଧିତ ଖବର