ସାଉଥମ୍ପଟନ୍: ଚଳିତ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୬ ୱିକେଟ୍ ବିଜୟରେ ଭାରତୀୟ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଦୁଇଟି ବିଶ୍ବ କୀର୍ତ୍ତିମାନ କରିଛନ୍ତି। ବିଶ୍ବ କ୍ରିକେଟ୍ରେ ପ୍ରଥମ ଖେଳାଳି ଭାବେ ଧୋନି ଏହି ମ୍ୟାଚ୍ ଜରିଆରେ ସର୍ବାଧିକ ୬୦୦ ପାଳିରେ ୱିକେଟ୍ ରକ୍ଷଣ କରିବାର ସଫଳତା ହାସଲ କରିଥିଲେ। ସେହିଭଳି ୩୭ ବର୍ଷୀୟ ଧୋନି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଆନ୍ଦିଲ ଫେଲୁକ୍ବାଓଙ୍କୁ ଷ୍ଟମ୍ପିଂ କରି ଆଉ ଏକ ବିଶ୍ବ କୀର୍ତ୍ତିମାନ କରି ନେଇଥିଲେ। ଲିଷ୍ଟ ‘ଏ’ କ୍ରିକେଟ୍ରେ ଧୋନିଙ୍କର ଏହା ୧୩୯ତମ ଷ୍ଟମ୍ପିଂ ଥିଲା। ଧୋନି ଏହି କ୍ରମରେ ପାକିସ୍ତାନର ପୂର୍ବତନ ୱିକେଟ୍ ରକ୍ଷକ ଅଧିନାୟକ ମୋଇନ୍ ଖାନ୍ଙ୍କ ସମକକ୍ଷ ହୋଇଥିଲେ। ବିଶ୍ବକପ୍ରେ ୱିକେଟ୍ ପଛରେ ରହି ସର୍ବାଧିକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ମଧ୍ୟ ଧୋନି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ୱିକେଟ୍ ରକ୍ଷକ ବ୍ରେଣ୍ଡନ୍ ମ୍ୟାକଲମଙ୍କୁ ଟପିଛନ୍ତି। ମ୍ୟାକଲମ୍ ୩୨ରେ ଥିଲା ବେଳେ ଧୋନି ବିଶ୍ବକପ୍ରେ ୩୩ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି। ସର୍ବାଧିକ ପାଳିରେ ୱିକେଟ୍ ରକ୍ଷଣ କରିବା ତାଲିକାରେ ଧୋନି ପ୍ରଥମ ସ୍ଥାନରେ ଥିଲା ବେଳେ ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟ୍ ରକ୍ଷକ ମାର୍କ ବାଉଚର (୫୯୬), ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା (୫୯୬) ଓ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ ରକ୍ଷକ ଆଦାମ ଗିଲକ୍ରିଷ୍ଟ (୪୮୫) ଯଥାକ୍ରମେ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ବିଶ୍ବକପ୍ରେ ସର୍ବାଧିକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ତାଲିକାରେ ସାଙ୍ଗାକାରା (୫୪) ପ୍ରଥମ ଓ ଗିଲକ୍ରିଷ୍ଟ (୫୨) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏମାନଙ୍କ ପଛକୁ ଧୋନି ଓ ମ୍ୟାକ୍ଲମ୍ ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହିଥିଲା ବେଳେ ମାର୍କ ବାଉଚର (୩୧) ପଞ୍ଚମରେ ରହିଛନ୍ତି।
ଧୋନିଙ୍କ ଯୁଗଳ କୀର୍ତ୍ତିମାନ
/sambad/media/post_attachments/wp-content/uploads/2019/06/Dhonis-Stumping-Record_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)