ଲୁସାଇଲ୍‌ ଷ୍ଟାଡିୟମ୍‌ରେ ‘ଧୋନି’ଙ୍କ ପ୍ରଶଂସକ

ଦୋହା : ଗୁରୁବାର ରାତିରେ ବ୍ରାଜିଲ୍‌-ସର୍ବିଆ ମ୍ୟାଚ୍‌ ବେଳେ ଲୁସାଇଲ୍‌ ଷ୍ଟାଡିୟମ୍‌ ହଳଦିଆ ରଙ୍ଗରେ ରଙ୍ଗିନ୍‌ ହୋଇଥିଲା। ବ୍ରାଜିଲ୍‌ର ପ୍ରଶଂସକମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ଚାରିଆଡ଼େ ଖାଲି ହଳଦିଆ ରଙ୍ଗ ଛାଇ ଯାଇଥିଲା। ତେବେ ଗ୍ୟାଲେରିରେ ଏହି ଭିଡ଼ ଭିତରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରେଜ୍‌ ମଧ୍ୟ ଦେଖିବାକୁ ମିଳିଥିଲା। ଧୋନିଙ୍କ ପ୍ରଶଂସକ ନବିଲ୍‌ ଚେନ୍ନାଇ ସୁପରକିଙ୍ଗ୍‌ସର ୭ ନମ୍ବର ଜର୍ସିକୁ ଗ୍ୟାଲେରିରେ ପ୍ରଦର୍ଶନ କରାଇଥିଲେ। ଏହି ଫଟୋକୁ ‌ଚେନ୍ନାଇ ଦଳ ପକ୍ଷରୁ ଟ୍ବିଟରରେ ପୋଷ୍ଟ କରାଯାଇଥିଲା। ଉକ୍ତ ପ୍ରଶଂସକ ଜଣକ ବ୍ରାଜିଲ୍‌ ଦଳର ଜର୍ସିକୁ ପରିଧାନ କରିବା ସହ ଜଣେ ବ୍ରାଜିଲିଆନ୍‌ ପ୍ରଶଂସକଙ୍କ ସହିତ ମିଶି ଧୋନିଙ୍କ ଜର୍ସିକୁ ଧରିଥିବା ଫଟୋ ଏବେ ଚାରିଆଡ଼େ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର