ଧୋନିଙ୍କ ପ୍ରଥମ କୋଚ କହିଲେ- ମାହିଙ୍କ କେବଳ ବ୍ୟାଟ୍‌ କଥା କହିଥାଏ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ଶୃଙ୍ଖଳାରେ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚମତ୍କାର ଫର୍ମକୁ ଫେରିଛନ୍ତି, ଯାହାକୁ ନେଇ ସମଗ୍ର କ୍ରିକେଟ ଜଗତ ଆଲୋଚନା କରୁଛି। ଧୋନି ଏହି ଶୃଙ୍ଖଳାର ୩ ମ୍ୟାଚରେ ସମ୍ବେଦନଶୀଳ ଅର୍ଦ୍ଧଶତକ ହାସଲ କରିଥିଲେ, ଯେଉଁଥିରେ ୨ ମ୍ୟାଚରେ ସେ ଟିମ୍‌ ପାଇଁ ଫିନିସର ଭୂମିକା ତୁଲାଇ ବିଜୟ ଦେଇଥିଲେ ଏବଂ ଅପରାଜିତ ପାଭଲିଅନ ଫେରିଥିଲେ। ଏହା ପରେ ଚାରିଆଡେ ଧୋନିଙ୍କୁ ନେଇ ଆଲୋଚନା ଚାଲିଛି। ମାତ୍ର ଧୋନିଙ୍କ ବାବଦରେ ତାଙ୍କର ପ୍ରଥମ କୋଚ କେଶବ ରଂଜନ ବାନାର୍ଜୀ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

କୋଚ ବାନାର୍ଜୀ କହିଛନ୍ତି, କିଛି ଦିନ ହେବ ଧୋନିଙ୍କୁ ନେଇ କ୍ରିକେଟ ଜଗତ ଅନେକ ସମାଲୋଚନା କରିଛି କିନ୍ତୁ ମାହି କ’ଣ କରିପାରିବେ ସେ ନିଜେ ହିଁ ଜାଣନ୍ତି। ସେ ଅଷ୍ଟ୍ରେଲିଆରେ ବ୍ୟାଟ୍‌ରେ ଜବାବ ଦେଇ ପ୍ରମାଣିତ କରିଛନ୍ତି ଯେ, ଆଜି ବି ତାଙ୍କ ଠାରୁ ଅଧିକ ଭଲ ଫିନିସର ଭାରତୀୟ ଟିମ୍‌ରେ ଖେଳାଳି ନାହାନ୍ତି। ରାଂଚିର ଜବାହର ବିଦ୍ୟା ମନ୍ଦିରରୁ ଧୋନିଙ୍କୁ ଫୁଟବଲରୁ କ୍ରିକେଟକୁ ଆଣିଥିବା କୋଚ ବାନାର୍ଜୀ କହିଛନ୍ତି, ଆଲୋଚନା ଅଥବା ପ୍ରଶଂସା ଉପରେ ପ୍ରତିକ୍ରିୟା ଦେବାକୁ ସେ ଭଲ ପାଆନ୍ତି ନାହିଁ।

ମାହି କହି ନଥାଏ, ବ୍ୟାଟ୍‌ରେ ଜବାବ ଦିଏ

ବାନାର୍ଜୀ ରାଂଚି ଜାତୀୟ ଖବର ସଂସ୍ଥାକୁ ଏକ ସାକ୍ଷାତକାରରେ କହିଛନ୍ତି, ମାହି କେବେ କହି ନଥାଏ, ସେ ବ୍ୟାଟ୍‌ରେ ଜବାବ ଦେବାକୁ ଭଲ ପାଇଥାଏ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ମୁଁ ତାଙ୍କୁ କହିଥିଲି, ଲୋକେ ଏତେ କହୁଛନ୍ତି, ତୁମେ କାହିଁକି କିଛି କହୁନ। ମାତ୍ର ଧୋନି ଜବାବରେ କହିଥିଲେ, ‘ଆଲୋଚନାରେ କ’ଣ ହେବ। ମୁଁ ଯେଉଁ ଦିନ ଟିମ୍‌କୁ ଶତପ୍ରତିଶତ ଦେଇପାରୁ ନାହିଁ, ନିଜେ କ୍ରିକେଟ ଛାଡ଼ି ଦେବି’।

ସମ୍ବନ୍ଧିତ ଖବର