ରା଼ଞ୍ଚି,: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୪ ବର୍ଷିଆ ଜିଭା ଏକ ଭକ୍ତିପୂର୍ଣ୍ଣ ମାଲାୟଲମ ଗୀତ ଗାଇ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଛାଡ଼ିଥିଲେ। ଯାହାକୁ ଜିଭାଙ୍କ ଲକ୍ଷଲକ୍ଷ ପ୍ରଶଂସକ ପସନ୍ଦ କରିବା ସହିତ ସେୟାର୍ କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରିଥିଲେ। ତେବେ ଜିଭା ଗାଇଥିବା ମାଲାୟଲମ ଗୀତଟି ସେ ନିଜ ଆୟା ଶୀଲା ମାଉସୀଙ୍କ ପାଖରୁ ଶିଖିଛନ୍ତି। ସୂଚନାଯୋଗ୍ୟ, ଶୀଲାଙ୍କ ଘର କେରଳ ହୋଇଥିବାରୁ ସେ ଜିଭାଙ୍କୁ ମାଲାୟଲମ ଗୀତ ଶିଖାଉଛନ୍ତି।
ଚର୍ଚ୍ଚାରେ ଧୋନିଙ୍କ ଝିଅ ଜିଭା
/sambad/media/post_attachments/wp-content/uploads/2019/12/Ziva-Dhoni-Images-4.v2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)