ଚେନ୍ନାଇ : ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶେଷ ତଥା ୨୦ତମ ଓଭରରେ ସାମ୍ କରନଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ। ଏଥିସହିତ ଧୋନି ଟ୍ବେଣ୍ଟି-୨୦ ଫର୍ମାଟ୍ର ୨୦ତମ ଓଭରରେ ୧୦୦୦ ରନ୍ ପୂରଣ କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଏକ୍ଷେତ୍ରରେ ସେ ବିଶ୍ବର ଦ୍ବିତୀୟ ବ୍ୟାଟର ବନି ଯାଇଥିଲେ।
ତାଙ୍କ ପୂର୍ବରୁ ଏକମାତ୍ର ବ୍ୟାଟର୍ ଭାବେ ପୂର୍ବତନ ୱେଷ୍ଟ୍ଇଣ୍ଡିଜ୍ ଅଲ୍ରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସର କିରଣ ପୋଲାର୍ଡ। ଟ୍ବେଣ୍ଟି-୨୦ ଫର୍ମାଟ୍ରେ ୨୦ତମ ଓଭରରୁ ଧୋନିଙ୍କ ୧୦୦୦ ରନ୍ ମଧ୍ୟରେ ଆଇପିଏଲ୍ରେ କେବଳ ୭୦୯ ରନ୍ ସାମିଲ ରହିଛି। ଫଳରେ ତାଙ୍କ ୭୦୯ ମଧ୍ୟ ଆଇପିଏଲ୍ରେ କୀର୍ତ୍ତିମାନ। ସେ ଆଇପିଏଲ୍ର ଏହି ତାଲିକାରେ ଶୀର୍ଷରେ ରହିଥିଲା ବେଳେ ତାଙ୍କ ପଛକୁ ପୋଲାର୍ଡ (୪୦୫) ରହିଛନ୍ତି।