ଧୋନିଙ୍କ ନୂଆ କାର୍‌, ଇନ୍‌ଷ୍ଟାରେ ପୋଷ୍ଟ୍‍ କରି ତୁମ ଖେଳଣା ଆସିଗଲା ବୋଲି ଲେଖିଲେ ପତ୍ନୀ ସାକ୍ଷୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏକ ନୂଆ କାର୍‌ କିଣିଛନ୍ତି। କାର୍‌ ଓ ବାଇକ୍‌ ପ୍ରତି ଧୋନିଙ୍କର ଯେ ସ୍ୱତନ୍ତ୍ର ଆକର୍ଷଣ ରହିଛି ତାହା ହୁଏତ ପ୍ରାୟ ସମସ୍ତେ ଜାଣନ୍ତି। ଧୋନିଙ୍କର ଏଥରର ନୂଆ କାର୍‌ ଫଟୋଟିକୁ ସେ ନିଜେ ନୁହଁନ୍ତି ବରଂ ସୋସିଆଲ୍‌ ମିଡିଆରେ ତାଙ୍କ ପତ୍ନୀ ସାକ୍ଷୀ ସେୟାର୍‌ କରିଛନ୍ତି। ସାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ରେ ଧୋନିଙ୍କ ନୂଆ ଗାଡ଼ିର ଫଟୋ ଦେଇ ଲେଖିଛନ୍ତି, ‘ଘରକୁ ସ୍ୱାଗତ। ମାହି ତୁମ ଖେଳଣା ‘ରେଡ୍‌ ବିଷ୍ଟ୍‍’ ଘରକୁ ଆସିଗଲା। ତୁମେ ଖୁବ୍‌ ମନେ ପଡୁଛ।’

 

ଧୋନିଙ୍କ ପତ୍ନୀ ସାକ୍ଷୀ ନାଲି ରଂଗର ଯେଉଁ କାର୍‌ର ଫଟୋ ସେୟାର୍‌ କରିଛନ୍ତି ତାହାର ନାମ ହେଉଛି ‘ଜିପ୍‌ ଗ୍ରାଣ୍ଡ୍‌ ଚେରୋକେ’। ଏହାର ଦାମ ଭାରତରେ ୧.୦୭ କୋଟି ଟଙ୍କା।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଧୋନି ବର୍ତ୍ତମାନ ଭାରତୀୟ ସେନା ସହ କଶ୍ମୀରରେ ସମୟ ଅତିବାହିତ କରୁଛନ୍ତି। ସୂଚନା ରହିଛି ଯେ ଧୋନି ଆଗାମୀ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇ ପାରନ୍ତି।

ସମ୍ବନ୍ଧିତ ଖବର