ଧୋନିଙ୍କ ନୂଆ ଲୁକ୍

ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍‌କୁ ପ୍ରଶଂସକ ବହୁତ ପସନ୍ଦ କରୁଛନ୍ତି। ନୂଆ ଲୁକ୍‌ରେ ଧୋନି ପୂରା ହିରୋଙ୍କ ଭଳି ଦେଖା ଯାଉଛନ୍ତି। ଧୋନି ନିଜ ଲୁକ୍‌ ଓ ହେୟାରଷ୍ଟାଇଲ୍ ସହ ନିୟମିତ ପରୀକ୍ଷା ନିରୀକ୍ଷା କରିଆସୁଛନ୍ତି। ଲମ୍ବା କେଶ, ରସେଲ ଷ୍ଟାଇଲ୍ ଏବଂ ୨୦୧୧ ବିଶ୍ବକପ୍ ପରେ ଧୋନିଙ୍କ ସଂପୂର୍ଣ୍ଣ ଲଣ୍ଡା ଲୁକ୍ ବେଶ୍ ଚର୍ଚିତ ହୋଇଥିଲା। ନିକଟରେ ଝିଅ ଜିଭା ସହ ଧୋନିଙ୍କ ଏକ ବିଜ୍ଞାପନ ଭିଡିଓ ବି ବେଶ୍ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର