ଚେନ୍ନାଇ  ସୁପର କିଙ୍ଗ୍‌ସକୁ ଫେରିବେ  ଧୋନି !

ନୂଆଦିଲ୍ଲୀ:  ଆଇପିଏଲ୍‌ର  ଆସନ୍ତା  ସିଜିନ୍‌ରେ ମ୍ୟାଚ୍‌ ଫିକ୍ସିଂ  ମାମଲାରେ  ଛନ୍ଦି ହୋଇ ଦଣ୍ଡିତ  ହୋଇଥିବା  ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ  ରାଜସ୍ତାନ ରୟାଲସ୍‌ ଦଳ  ଫେରିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଏଥିସହ  ଏହି ଦୁଇ ଦଳ ସେମାନଙ୍କର  ପୁରୁଣା  ଖେଳାଳିଙ୍କୁ   ପୁଣି  ଫେରି ପାଇବେ  ବୋଲି  ଆଶା କରାଯାଉଛି । ଏହି ମର୍ମରେ ଆଇପିଏଲ୍‌  ଗଭର୍ଣ୍ଣିଂ  କାଉନସିଲ୍‌ ପକ୍ଷରୁ ଏକ  ପ୍ରସ୍ତାବ  ଦିଆଯାଇଛି।

ଯଦି ଏହି ପ୍ରସ୍ତାବଟି  ଆଇପିଏଲ୍‌  ଫ୍ରାଞ୍ଚାଇଜି ମାନଙ୍କ  ବୈଠକରେ   ଗୃହୀତ  ହୁଏ ତେବେ  ମହେନ୍ଦ୍ର ସିଂ ଧୋନିଙ୍କର   ଚେନ୍ନାଇ  ସୁପର କିଙ୍ଗ୍‌ସ୍‌କୁ  ଫେରିବା ରାସ୍ତା  ପରିଷ୍କାର  ହୋଇଯିବ । କେବଳ  ସେତିକି ନୁହେଁ, ରବିନ୍ଦ୍ର ଜାଡେଜା ଓ ସୁରେଶ ରୈନା ମଧ୍ୟ  ଗୁଜୁରାଟ  ଲାୟନ୍ସ ଛାଡ଼ି  ରାଜସ୍ଥାନ ରୟାଲସ୍‌କୁ  ଫେରିଆସିବେ ।

ଆଇପିଏଲ୍‌  ଚେୟାରମ୍ୟାନ୍‌ ରାଜୀବ ଶୁକ୍ଲା ଏ ସଂପର୍କରେ ମତ ଦେଇ କହିଛନ୍ତି କି  ଗଭର୍ଣ୍ଣିଂ କାଉନ୍ସିଲର ପ୍ରସ୍ତାବ ଗୃହୀତ ହେଲେ  ପ୍ରତି  ଦଳରେ  ଅତି ବେଶୀରେ  ୩ ରୁ ୫ ଜଣ ଖେଳାଳି  ପରିବର୍ତ୍ତନ ହୋଇ ପାରିବେ।

ତେବେ ଧୋନିଙ୍କ ଫ୍ୟାନ୍‌ମାନେ  ତାଙ୍କୁ ପୁଣି ଥରେ  ଚେନ୍ନାଇ  ସୁପର କିଙ୍ଗ୍‌ସରେ ଖେଳିବା ଦେଖିବାକୁ  ଚାହାନ୍ତି ।

ସମ୍ବନ୍ଧିତ ଖବର