ସେନାରେ ଯୋଗ ଦେବା ପୂର୍ବରୁ ଧୋନି ବନିଲେ ଲଭ-ଗୁରୁ, ବୁଝାଇଲେ ବିବାହର ମହତ୍ତ୍ୱ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଭାରତୀୟ ଟିମ୍‌ ସହିତ ୱେଷ୍ଟଇଣ୍ଡିଜଗ୍ରସ୍ତରେ ନଯାଇ ସେନା ସହିତ ଯୋଡ଼ି ହୋଇଛନ୍ତି। ଅର୍ଥାତ ଆଗାମୀ ୨ ମାସ ପାଇଁ ଧୋନି କଶ୍ମୀରରେ ଭାରତୀୟ ସେନା ସହ ଟ୍ରେନିଂ ନେବେ ଓ ସାଧାରଣ ସେନାଙ୍କ ଭଳି ଜୀବନ ବିତାଇବେ । ଏହାକୁ ନେଇ ସ୍ଥଳ ସେନା ମୁଖ୍ୟ ବିପିନ ରାବତ ବି ଅନୁମତି ଦେଇ ଦେଇଛନ୍ତି।

ସ୍ଥଳ ସେନା ମୁଖ୍ୟଙ୍କ ଅନୁମତି ପରେ ଧୋନି ପାରାଚ୍ୟୁଟ ରେଜିମେଣ୍ଟ ବାଟାଲିୟନ ସହ ଟ୍ରେନିଂ ନେବେ ବୋଲି ଆଶା କରାଯାଉଛି । ଟ୍ରେନିଙ୍ଗର କିଛି ସମୟ ସେ ଜାମ୍ମୁ-କାଶ୍ମୀରରେ ମଧ୍ୟ ପୁରା କରିବେ। ତେବେ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଧୋନି ସେନା ସହ ଟ୍ରେନିଂ ନେଲେ ବି କୌଣସି ଅପରେସନରେ ସାମିଲ ହେବେ ନାହିଁ । ଏଠାରେ ସୂଚନା ଥାଉ କି ଧୋନି ଟେରିଟୋରିୟଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲେଫ୍‌ଟନେଣ୍ଟ କର୍ଣ୍ଣଲ ମଧ୍ୟ ଅଛନ୍ତି । ତାଙ୍କୁ ଭାରତୀୟ ସେନା ୨୦୧୧ ମସିହାରେ ଏହି ସମ୍ମାନ ଦେଇଥିଲେ।

ତେବେ କଶ୍ମୀରରେ ସେନାରେ ଯୋଗ ଦେବା ପୂର୍ବରୁ ଧୋନିଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ବିବାହ ଓ ପାରିବାରିକ ଜୀବନ ବିଷୟରେ ଆଲୋଚନା କରୁଛନ୍ତି। ୫୦ବର୍ଷ ବୟସ ପରେ ଜୀବନ କିପରି ବଞ୍ଚିବାକୁ ହୋଇଥାଏ ତାହାକୁ ନେଇ ଧୋନି ଆଲୋଚନା କରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି।

ବିଶ୍ୱକପରେ ଧୋନିଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଧୋନି ସନ୍ୟାସ ନେଇଯାଆନ୍ତୁ ବୋଲି କିଛି ଲୋକ କହିଥିଲେ । କିନ୍ତୁ ଧୋନି ବର୍ତ୍ତମାନ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ଏହି ଲିଙ୍କ୍‌ରେ ଧୋନି ବିବାହ ଓ ପରିବାରକୁ ନେଇ କରୁଥିବା ଆଲୋଚନା ଦେଖି ପାରିବେ…

MS Dhoni's motivational speech at Boost Event in Chennai!??#MSDhoni #Dhoni #ParaMSD #TeamIndia

MS Dhoni Fans Official 发布于 2019年7月27日周六

ସମ୍ବନ୍ଧିତ ଖବର