ଧୋନିଙ୍କ ୨ଟି ମାଇଲଖୁଣ୍ଟ: ସିଏସ୍‌କେ ପାଇଁ ଖେଳିଲେ ୨୦୦ ମ୍ୟାଚ୍‌, ୩୦୨ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ନେତୃତ୍ବ

ମୁମ୍ବାଇ: ଚେ‌ନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ମ୍ୟାଚ୍‌କୁ ଓହ୍ଲାଇବା ମାତ୍ରେ ଦୁଇ ଦୁଇଟି ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଏହି ମ୍ୟାଚ୍‌ ଜରିଆରେ ଗୋଟିଏ ଫ୍ରାଞ୍ଚାଇଜ୍‌ ପାଇଁ ଆଇପିଏଲ୍‌ରେ ୨୦୦ତମ ମ୍ୟାଚ୍‌ ଖେଳିବା ଏବଂ ଟି-୨୦ ଫର୍ମାଟରେ ୩୦୨ତମ ମ୍ୟାଚ୍‌ରେ ଅଧିନାୟତ୍ବ କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଗୋଟିଏ ଫ୍ରାଞ୍ଚାଇଜ୍‌ ପାଇଁ ୨୦୦ତମ ମ୍ୟାଚ୍‌ ଖେଳିବାରେ ‌ବିରାଟ କୋହଲି (୨୧୮)ଙ୍କ ପରେ ସେ ଦ୍ବିତୀୟ ହୋଇଛନ୍ତି। ଗତ ବର୍ଷ କୋହଲି ଆର୍‌ସିବି ପକ୍ଷରୁ ୨୦୦ତମ ମ୍ୟାଚ୍‌ ଖେଳିଥିଲେ। କୋହଲି ଏକ ମାତ୍ର ଖେଳାଳି ଯିଏ ‌ଆଇପିଏଲ୍‌ରେ କେବଳ ଗୋଟିଏ ଦଳ ପାଇଁ ଖେଳିଛନ୍ତି। ସିଏସ୍‌କେ ୨ ବର୍ଷ ବାସନ୍ଦ ଯୋଗୁଁ ଧୋନି ୨୦୧୬ ଓ ୨୦୧୭ରେ ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ ପାଇଁ ୩୦ ମ୍ୟ‌ାଚ୍‌ ଖେଳିଥିଲେ। ତେବେ ସର୍ବାଧିକ ଆଇପିଏଲ୍‌ ମ୍ୟାଚ୍‌ ଖେଳିବାରେ କୀର୍ତ୍ତିମାନ ରଚିଥିବା ଧୋନି (୨୩୦)ଙ୍କ ପଛକୁ ଦୀନେଶ କାର୍ତିକ (୨୨୪) ଏବଂ ରୋହିତ ଶର୍ମା (୨୨୨) ରହିଛନ୍ତି।

ସମ୍ବନ୍ଧିତ ଖବର