ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ରେ ରାଜସ୍ଥାନ ରୟାଲ୍ସର ଯୁବ ଖେଳାଳି ଧ୍ରୁବ ଜୁରେଲ ନିଜର ଜଲୱା ଦେଖାଉଛନ୍ତି। ବାସ୍ତବରେ ଗୁରୁବାର ଖେଳାଯାଇଥିବା ୩୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୩୨ ରନରେ ପରାସ୍ତ କରିଥିଲା | ଆଉ ଧ୍ରୁବ ଚେନ୍ନାଇ ବିପକ୍ଷରେ ରାଜସ୍ଥାନ ଦଳ ପାଇଁ ଫିନିଶର ସାଜିଥିଲେ ଏବଂ ୧୫ ବଲରୁ ୩୪ ରନ୍ କରିବାରୁ ରାଜସ୍ଥାନ ୨୦୦ ରନରେ ପହଞ୍ଚିଥିଲା | ଜୁରେଲ କେବଳ ଏହି ମ୍ୟାଚ୍‌ରେ ନୁହନ୍ତି ବରଂ ସେ ଏହି ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ଯଦିଓ ୭ଟି ମ୍ୟାଚରେ ୧୩୦ ରନ୍ ସ୍କୋର କରିଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୯୬.୯୭ ରହିଛି | ଧ୍ରୁବ ଜୁରେଲ ଉତ୍ତରପ୍ରଦେଶର ଆଗ୍ରା ସହରରୁ ଆସିଥିବାବେଳେ ତାଙ୍କ ପିତାଙ୍କ ନାମ ନେମ ସିଂ ଜୁରେଲ।

Advertisment

ପିତା ସେନାରୁ ଅବସର ନେଇସାରିଥିବାବେଳେ ଅଣ୍ଡର-୧୯ ବିଶ୍ୱକପରେ ନିଜର ଜଲୱା ଦେଖାଇଥିଲେ । ତାଙ୍କୁ ୱିକେଟ୍ କିପର ଭାବରେ ଆଇସିସି ଅଣ୍ଡର -୧୯ ବିଶ୍ୱକପ ଦଳରେ ସାମିଲ କରାଯାଇଥିଲା। ଏହି ଖେଳାଳିଙ୍କୁ ୨୦୨୨ ନିଲାମରେ ରାଜସ୍ଥାନ ରୟାଲ୍ସ ମାତ୍ର ୨୦ ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିଲା। ଯେତେବେଳେ ଧ୍ରୁବ ଜୁରେଲଙ୍କୁ ୧୨ ବର୍ଷ ହୋଇଥିଲା, ସେତେବେଳେ ସେ ଘରେ କ୍ରିକେଟ୍ କିଟ ପାଇଁ ଦାବି କରିଥିଲେ | ହେଲେ ସେତେବେଳେ କ୍ରିକେଟ କିଟ କିଣିବାକୁ ଅର୍ଥ ନଥିଲା | ଏହା ପରେ, ଖେଳାଳିଙ୍କ ମା ସୁନା ଚେନ୍ ବିକ୍ରି କରି ପୁଅ ପାଇଁ କିଟ୍ କିଣିଦେଇଥିଲେ | ଏହା ପରେ ଧ୍ରୁବ ଆଉ ପଛକୁ ଫେରି ଚାହିଁ ନଥିଲେ। ଦୀର୍ଘ ଦିନର ପରିଶ୍ରମ ପରେ ସେ ୨୦୨୦ ମସିହାରେ ଅଣ୍ଡର -୧୯ ଦଳରେ ମନୋନୀତ ହୋଇଥିଲେ ଏବଂ ତାଙ୍କୁ ଉପ-ଅଧିନାୟକ ମଧ୍ୟ କରାଯାଇଥିଲା। ବିଶ୍ୱକପ ଫାଇନାଲରେ ତାଙ୍କ ଦଳ ବାଂଲାଦେଶକୁ ହାରିଯାଇଥିଲା ସତ କିନ୍ତୁ ଧ୍ରୁବ ତାଙ୍କ ଅଧିନାୟକତ୍ୱରେ ଅଣ୍ଡର -୧୯ ଏସିଆ କପ୍ ଜିତିଥିଲେ।