କଟକ : ଓଡ଼ିଶା ରଣଜୀ ଦଳର ଵିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ରାଜେଶ ଧୂପର ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତାରେ ଦ୍ରୁତ ଶତକ ଅର୍ଜନ କରିଛନ୍ତି। ସୋନପୁର ବିପକ୍ଷରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍ରେ ରାଜେଶ ଏହି ଶତକୀୟ ସ˚ଖ୍ୟା ପାର୍ କରିବାକୁ ୩୩ ବଲ୍ର ସହାୟତା ନେଇଥିଲେ। ପାଳିର ଶେଷ ଓଭର ଦ୍ବିତୀୟ ବଲ୍ରେ ଧୂପର ଏକ ଛକା ମାରି ଶତକ ପୂରଣ କରିଥିଲେ। ତୃତୀୟ ସ୍ଥାନରେ ବ୍ୟାଟି˚ ପାଇଁ ଆସିଥିବା ଧୂପର ମୋଟ ୩୫ ବଲ୍ରୁ ଅପରାଜିତ ୧୦୯ ରନ୍ ସ˚ଗ୍ରହ କରିଥିଲେ। ଏହି ବିସ୍ଫୋରକ ପାଳି ମଧ୍ୟରେ ସେ ୧୨ ଛକା ଓ ୬ ଚୌକା ମାରିଥିଲେ। ବିପ୍ଲବ ସାମନ୍ତରାୟ (୮୮)ଙ୍କ ସହ ମିଶି ୧୯୪* ରନ୍ର ଭାଗୀଦାରି କରିଥିଲେ। ଫଳରେ କଟକ ଏ’ ୨୮୪ ରନ୍ ସ˚ଗ୍ରହ କରିଥିଲା ବେଳେ ସୋନପୁରକୁ ୧୨୬ ରନ୍ରେ ସୀମିତ ରଖିଥିଲା। ଯାହାଦ୍ବାରା କଟକ ଦଳ ୧୬୦ ରନ୍ରେ ବିଜୟୀ ହୋଇଥିଲା।
ଏହି ମ୍ୟାଚ୍ ବ୍ୟତୀତ ଗୁରୁବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରୁ ରାଉରକେଲା ୧୧୫ ରନ୍ରେ ମୟୂରଭଞ୍ଜକୁ, ବାଲେଶ୍ବର ୪୩ ରନ୍ରେ ଭଦ୍ରକକୁ, କେନ୍ଦୁଝର ୮ ଵିକେଟରେ ଜଗତସି˚ହପୁରକୁ, ଯାଜପୁର ୬୩ ରନ୍ରେ ଗଜପତିକୁ, ନୟାଗଡ଼ ୬୧ ରନ୍ରେ ମାଲକାନଗିରିକୁ, ଭୁବନେଶ୍ବର ବି’ ୫ ଵିକେଟରେ ନୂଆପଡ଼ାକୁ, ଭୁବନେଶ୍ବର ଏ’ ୬ ଵିକେଟରେ ସୁନ୍ଦରଗଡ଼କୁ, ଝାରସୁଗୁଡ଼ା ୮ ଵିକେଟରେ ବଲାଙ୍ଗୀରକୁ, ସମ୍ବଲପୁର ୧୦ ଵିକେଟରେ ପୁରୀକୁ, ବରଗଡ଼ ୧୦୫ ରନ୍ରେ କନ୍ଧମାଳକୁ, ବୌଦ୍ଧ ୬ ଵିକେଟରେ କିଟ୍କୁ, କେନ୍ଦ୍ରାପଡ଼ା ୨୧ ରନ୍ରେ ନବରଙ୍ଗପୁରକୁ, ଇକୋର୍ସା ୧୫୫ ରନ୍ରେ କୋରାପୁଟକୁ, କଟକ ବି ୧୧୩ ରନ୍ରେ ପାରାଦ୍ବୀପକୁ, ଖୋର୍ଧା ୧୦ ଵିକେଟରେ ରାୟଗଡ଼ାକୁ, ଅନୁଗୁଳ ୯୯ ରନ୍ରେ ଦେଓଗଡ଼କୁ, ଗଞ୍ଜାମ ୯୩ ରନ୍ରେ କଳାହାଣ୍ତିକୁ ପରାସ୍ତ କରିଛି।
ପ୍ରତିଯୋଗିତାର ଚତୁର୍ଥ ଦିନରେ ତିନିଟି ଶତକ ଅର୍ଜନ ହୋଇଛି। କଟକ ଏ’ର ରାଜେଶ ଧୂପର (୧୦୯*)ଙ୍କ ବ୍ୟତୀତ ରାଉରକେଲାର ସ୍ବସ୍ତିକ ସାମଲ ୧୪୭ ଓ ଅନୁଗୁଳର ରାକେଶ ଗୋଚ୍ଛାୟତ ୧୦୫* ରନ୍ ସ˚ଗ୍ରହ କରିଛନ୍ତି। ଏହା ବ୍ୟତୀତ ୨୨ ଜଣ ଅର୍ଧଶତକ ହାସଲ କରିଛନ୍ତି। ବିପ୍ଲବ ସାମନ୍ତରାୟ ୮୮, ଚନ୍ଦ୍ରମଣି ବିଶ୍ବାଳ ୫୭, ଦିବ୍ୟଶକ୍ତି ୬୧, ଦୀପ୍ ରାଉତ ୬୯*, ପ୍ରଶାନ୍ତ କୁମାର ବରାଳ ୫୭, ସରୋଜ କୁମାର ପଣ୍ତା ୫୦, ରଘୁନାଥ ମଲ୍ଲ ୬୦, ଗୋବିନ୍ଦ ପୋଦ୍ଦାର ୭୧, ଅନୁରାଗ ଷଡ଼ଙ୍ଗୀ ୫୪, ଅବିନାଶ ନନ୍ଦ ୬୬*, ରୂପକ ପ୍ରଧାନ ୫୨, ପ୍ରତୀକ ଅନୁରାଗ ଦାସ ୭୦, ବିଭୂ ମଲ୍ଲିକ ୫୩*, ଅମିତ କୁମାର ସାହୁ ୬୯, ସୁକେଶ ହୀରା ୫୨, ଅଭିଷେକ ଯାଦବ ୬୦, କାମେଶ୍ବର ବାରିକ ୫୯, ବିନୀତ ମହାନ୍ତି ୫୬*, ଗିରିଜା ବାରିକ ୫୪, ଅବିନାଶ ନାୟକ ୫୩, ଶୁଭ୍ରଜ୍ୟୋତି ମିଶ୍ର ୮୩, ଅଜୟ ଗୌର ୬୧ ରନ୍ କରିଛନ୍ତି।
ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ ଲିଗ୍ ବନ୍ଦ କରିବାକୁ ଜନସ୍ବାର୍ଥ ମାମଲା
କଟକ: ବର୍ତ୍ତମାନ କଟକ ଓ ଭୁବନେଶ୍ବରରେ ଚାଲିଥିବା ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ କ୍ରିକେଟ ଲିଗ୍କୁ ବନ୍ଦ କରିବାକୁ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ସ˚ପୃକ୍ତ ପକ୍ଷମାନଙ୍କ ନିକଟରେ ଏସ˚କ୍ରାନ୍ତରେ ଆବେଦନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଆବେଦନ ଉପରେ ସ˚ପୃକ୍ତ ପକ୍ଷ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋଭିଡ୍-୧୯ ନିୟମାବଳୀର ଉଲ୍ଲଙ୍ଘନ କରି ଏହି ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ଖେଳାଳିଙ୍କ ସହ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଥିବା ଆବେଦନକାରୀ ସୁବ୍ରତ ନନ୍ଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିସହ ରାଜ୍ୟ ବରିଷ୍ଠ ଦଳ ପାଇଁ ଖେଳାଳି ଚୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ ମହାମାରୀ ସମୟରେ ମନ୍ଦିର, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ବେଳେ ସରକାରଙ୍କ ସଦ୍ୟତମ କୋଭିଡ୍ ନିୟମାବଳୀରେ କ୍ରୀଡ଼ା ଆୟୋଜନକୁ ମଧ ମନା କରାଯାଇଛି। ଶୀତ ଦିନରେ କରୋନା ସ˚କ୍ରମଣ ବ୍ୟାପିବା ଆଶଙ୍କା ଅଧିକ ଥିବା ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଓ ଭାରତୀୟ ମେଡିକାଲ କାଉନସିଲର ବିଶେଷଜ୍ଞମାନେ ଦାବି କରୁଛନ୍ତି। ଏହାକୁ ଆଧାରକରି ସରକାରଙ୍କ ପକ୍ଷରୁ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ସମୟରେ ନିୟମାବଳୀ ପ୍ରସ୍ତୁତ କରାଯାଉଛି। କିନ୍ତୁ ଓଡ଼ିଶା କ୍ରିକେଟ ସ˚ଘ ଏହାକୁ ନମାନି କ୍ରୀଡ଼ା ପ୍ରତିଭାଙ୍କ ଜୀବନକୁ ବିପଦରେ ପକାଇ ଅନ୍ତଃଜିଲ୍ଲା ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରୁଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏପରିକି ଜିଲ୍ଲା ଦଳ ଚୟନ ବେଳେ ସ୍ବଚ୍ଛତା ଅବଲମ୍ବନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ଯାହାକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରୁଥିବା ସେ କହିଛନ୍ତି। ତେଣୁ ଉକ୍ତ ପ୍ରତିଯୋଗିତାକୁ ବନ୍ଦ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କିରିଥିଲା ବେଳେ ଜିଲ୍ଲା ଦଳମାନଙ୍କୁ ଖେଳାଳି ଚୟନ କରିବାକୁ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି। ହେଲେ ଅଦାଲତ ଏହି ଆବେଦନକୁ ତର୍ଜମା କରିବା ପରେ ପକ୍ଷଭୁକ୍ତ ହୋଇଥିବା ସ˚ପୃକ୍ତ ପକ୍ଷଙ୍କ ନିକଟରେ ଅଭିଯୋଗ ସ˚କ୍ରାନ୍ତରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ରାଜ୍ୟ ଗୃହ ସଚିବ, କେନ୍ଦ୍ର ଗୃହ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ, କ୍ରୀଡ଼ା ସଚିବ, ଓଡ଼ିଶା କ୍ରିକେଟ ସ˚ଘ, କଟକ ଜିଲ୍ଲାପାଳ, ସିଏମସି କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/s9fh4f8h498498sfhfhsfhsfh.jpg)