ମୁମ୍ବାଇ: ଚଳିତ ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ୧୪ରୁ ୭ ମ୍ୟାଚ୍ ଜିତି ୧୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହି ନକ୍ଆଉଟ୍ରେ ପହଞ୍ଚିବାରେ ବିଫଳ ହୋଇଥିଲା। ଦଳ ନକ୍ଆଉଟ୍ରେ ପହଞ୍ଚି ନ ପାରିବାରୁ ଏହାର ଓପନର୍ ଶିଖର ଧାୱନଙ୍କୁ ମାଡ଼ ବାଜିଛି। ଧାୱନ୍ଙ୍କ ବାପା ଏଥିପାଇଁ ଖୁବ୍ ପିଟିଛନ୍ତି ତାଙ୍କୁ। ଏହି ସମୟରେ ଧାୱନଙ୍କ ପରିବାର ତାଙ୍କ ପିତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ଏକ ଭିଡିଓ ଧାୱନ ତାଙ୍କ’ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି, ‘‘ନକ୍ଆଉଟ୍ରେ ନ ପହଞ୍ଚିପାରିବାରୁ ମୋ ପିତା ମୋତେ ନକ୍ଆଉଟ୍ କରିଛନ୍ତି’’। ଏହି ଭିଡିଓ ଭାଇରାଲ ହେବାକୁ ଲାଗିଛି। ହେଲେ ପ୍ରକୃତରେ ଏହା ସତ ଭିଡ଼ିଓ ନୁହେଁ। ଏଭଳି କିଛି ବି ଘଟଣା ଘଟିନି। ହେଲେ ନିଜ ପ୍ରଶଂସକଙ୍କୁ ଖୁସି କରିବାକୁ ଧାୱନ ଏହି ଭିଡିଓ ପୋଷ୍ଟ କରିଛନ୍ତି। ପୂର୍ବରୁ ବି ଧାୱନ ପ୍ରଶଂସକମାନଙ୍କୁ ଖୁସି କରିବା ଲାଗି ନିଜ ପରିବାର ସହ ଏମିତି ଅନେକ ଭିଡିଓ ପୋଷ୍ଟ କରିବାର ନଜିର ରହିଛି।
ଶିଖର ଧାୱନ ବାପାଙ୍କଠୁ ମାଡ଼ ଖାଇଲେ ! ଜାଣନ୍ତୁ କାହିଁକି
/sambad/media/post_attachments/wp-content/uploads/2022/05/shfshfhsfhsfhssfhfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)