ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାଇଲିସ୍ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପଡ଼ିଆ ଭିତରର ବଡ଼ ଛକା ଏବଂ ପଡ଼ିଆ ବାହାରର ରଙ୍ଗିନ ଜୀବନ ଶୈଳୀ ପାଇଁ ପରିଚିତ। ନିଜର ଏକ ମହଙ୍ଗା ସଉକ ପାଇଁ ସେ ଏବେ ପୁଣି ଥରେ ଚର୍ଚାର ପରିସରକୁ ଆସିଛନ୍ତି। ପାଣ୍ଡ୍ୟା ଯେ କୌଣସି ପ୍ରକାର ହୀରା ଖଚିତ ସାମଗ୍ରୀକୁ ବହୁତ ଭଲ ପାଆନ୍ତି। ତାଙ୍କ ବେକରେ ଝୁଲୁଥିବା ଚେନ୍ କେବଳ ହୀରା ଖଚିତ ନୁହେଁ, ହାତଘଣ୍ଟା ଏବଂ ମୁଦି ମଧ୍ୟ ହୀରାର। କହିବାକୁ ଗଲେ ସେ ଏକ ଭ୍ରମ୍ୟମାଣ ହୀରା ଦୋକାନ। ବିଶ୍ବକପ୍ ପାଇଁ ପାଣ୍ଡ୍ୟା ନିଜ ହୀରା ସଂଗ୍ରହରେ ଆଉ ଦୁଇଟି ଅଳଙ୍କାର ସାମିଲ କରି ନେଇଛନ୍ତି। ଖାସ୍ ବିଶ୍ବକପକୁ ଆଖି ଆଗରେ ରଖି ସେ ଏହି ଦୁଇଟି ହୀରା ଅଳଙ୍କାରକୁ କିଣିଛନ୍ତି। ତେବେ ଏହାର ବିଶେଷଜ୍ଞ ହେଉଛି ଏହି ଦୁଇଟି ଅଲଙ୍କାର ହେଉଛି ହୀରାରେ ତିଆରି ବ୍ୟାଟ୍ ଓ ବଲ୍। ବିଶ୍ବକପ୍ର ପ୍ରତ୍ୟେକ ମ୍ୟାଚ୍ରେ ପାଣ୍ଡ୍ୟା ଏହି ଦୁଇ ଲକି ଲକେଟକୁ ପିନ୍ଧୁଛନ୍ତି। ପାଣ୍ଡ୍ୟାଙ୍କ ହୀରା ପ୍ରେମ କଥା ବିସିସିଆଇ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ଭିଡିଓରୁ ଜଣାପଡ଼ୁଛ। ‘ଚହଲ ଟିଭି’ ପାଇଁ ସ୍ପିନର ୟୁଜେବନ୍ଦ୍ର ଚହଲ ସୁଟିଂ କରିଥିବା ଭିଡିଓରେ ପାଣ୍ଡ୍ୟା ବିଶ୍ବକପ୍ ପାଇଁ ହୀରା ବ୍ୟାଟ୍ ଓ ବଲ୍ ତିଆରି କରାଇଥିବା କହୁଛନ୍ତି।
ପାଣ୍ଡ୍ୟାଙ୍କ ବେକରେ ହୀରା ବଲ୍-ବ୍ୟାଟ୍
/sambad/media/post_attachments/wp-content/uploads/2019/06/pandyA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)