ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନରେ ମାନସୀଙ୍କ ୩ ପଦକ

ନୂଆଦିଲ୍ଲୀ: ଭାରତୀୟ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ ବିଜୟିନୀ ମାନସୀ ଜୋଷୀ ସ୍ପେନ୍‌ରେ ଶେଷ ହୋଇଥିବା ଆନ୍ତର୍ଜାତିକ ପ୍ରତିଯୋଗିତାରେ ୩ ପଦକ ହାସଲ କରିଛନ୍ତି। ମାନସୀ ବିଭିନ୍ନ ବର୍ଗରେ ସବୁ ରଙ୍ଗର ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ମାନସୀ ଏସ୍‌ଏଲ୍‌-୩ ମହିଳା ଏକକରେ ସ୍ୱର୍ଣ୍ଣ, ଏସ୍‌ଏଲ୍‌-୩ ଏସ୍‌ୟୁ ୫ ମହିଳା ଯୁଗଳରେ ରୌପ୍ୟ ଏବଂ ଏକ୍ସଡିରେ କାଂସ୍ୟ ପଦକ କରାୟତ କରିଛନ୍ତି। ଜଣେ ସଫ୍ଟଓ୍ଵୟାର ଯନ୍ତ୍ରୀ ଥିବା ମାନସୀ ୨୦୧୧ରେ ଏକ ଦୁର୍ଘଟଣାରେ ନିଜର ବାମ ଅଙ୍ଗ ହରାଇଥିଲେ।

ସମ୍ବନ୍ଧିତ ଖବର