ଦିବ୍ୟାଂଶଙ୍କୁ ବିଶ୍ବକପ୍‌ ଟିକେଟ

ବେଜିଂ: ୧୭ ବର୍ଷ ବୟସ୍କ ଭାରତୀୟ ଯୁବ ବନ୍ଧୁକଚାଳକ ଦିବ୍ୟାଂଶ ସିଂହ ପନ୍‌ୱରଙ୍କୁ ଅଲିମ୍ପିକ୍‌ ଟିକେଟ ମିଳିଯାଇଛି। ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ଶୁକ୍ରବାର ୧୦ ମିଟର ଏୟାର ରାଇଫଲ ବର୍ଗରେ ରୌପ୍ୟ ପଦକ ହାସଲ କରିବା ପରେ ଦିବ୍ୟାଂଶ ଅଲିମ୍ପିକ୍‌ ଯୋଗ୍ୟତା ହାତେଇଛନ୍ତି। ‌ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ଏହା ମଧ୍ୟ ବନ୍ଧୁକଚାଳନାରେ ଭାରତ ପାଇଁ ଚତୁର୍ଥ ଟିକେଟ। ଏହା ପୂର୍ବରୁ ଅଞ୍ଜୁମ୍‌ ମୁଦ୍‌ଗିଲ୍‌, ଅପୂର୍ବୀ ଚାନ୍ଦିଲା ଓ ସୌରଭ ଚୌଧୁରୀ ଗତବର୍ଷଠୁ ଅଲିମ୍ପିକ୍‌ ଟିକେଟ୍‌ ପାଇସାରିଛନ୍ତି। ନିଜର ଦ୍ବିତୀୟ ବରିଷ୍ଠ ପ୍ରତିଯୋଗିତାରେ ଭାଗ ନେଇଥିବା ଦିବ୍ୟାଂଶ ମୋଟ ୨୪୯.୦ ସଟ୍‌ ମାରି ଦ୍ବିତୀୟ ସ୍ଥାନରେ ରହିଥିଲେ। ମାତ୍ର ୦.୪ ପଏଣ୍ଟ୍‌ ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ଏହି ବର୍ଗରେ ସାମିଲ ଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରୁ ରବି କୁମାର ୪୪ ଓ ଦୀପକ କୁମାର ୫୭ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଚଳିତ ବିଶ୍ବକପ୍‌ରେ ଗୁରୁବାର ଅଞ୍ଜୁମ୍‌ ମୁଦ୍‌ଗିଲ୍‌ଙ୍କୁ ସାଥୀ କରି ଦିବ୍ୟାଂଶ ୧୦ ମିଟର ଏୟାର ରାଇଫଲ୍‌ ମିଶ୍ରିତ ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ। ଫଳରେ ଏହି ବିଶ୍ବକପ୍‌ରେ ଦିବ୍ୟାଂଶଙ୍କର ଏହା ଦ୍ବିତୀୟ ପଦକ ଥିଲା। ଏହା ମଧ୍ୟ ଭାରତ ପାଇଁ ତୃତୀୟ ପଦକ ଥିଲା। ଭାରତ ମଧ୍ୟ ପଦକ ତାଲିକାର ଶୀର୍ଷରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର