କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍ ଶୁକ୍ରବାର ତା’ର ତିନି ବରିଷ୍ଠ ଖେଳାଳି ନିରୋସାନ୍ ଡିକ୍ୱେଲା, କୁସାଲ ମେଣ୍ଡିସ୍ ଏବଂ ଦନୁଷ୍କା ଗୁଣତିଳକାଙ୍କୁ ଗୋଟିଏ ବର୍ଷ ପାଇଁ ଆନ୍ତର୍ଜାତିକ କ୍ରିକେଟ୍ରୁ ବାସନ୍ଦ କରିଛି। ଏଥି ସହିତ ସେମାନଙ୍କ ଉପରେ ୧୦ ମିଲିୟନ୍ ସିଂହଳୀ ଟଙ୍କାର ଜରିମାନା ଲଦିଦେଇଛି। ଗତମାସରେ ଲଣ୍ଡନ ଗସ୍ତ ଅବସରରେ କୋଭିଡ୍ ମାର୍ଗଦର୍ଶିକା ଉଲଂଘନ କରିବା ଅଭିଯୋଗରେ ଏହି ଦଣ୍ଡ ମିଳିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏହି ତିନି ଜଣ ସୀମିତ ଓଭର ଶୃଙ୍ଖଳା ବେଳେ ଡର୍ହାମ୍ ଗଳିରେ ଜୈବ ବଳୟ ଉଲଂଘନ କରିଥିବା କ୍ୟାମେରା ଲେନ୍ସରେ ଧରାପଡ଼ିଥିଲେ। ଫଳରେ ସେମାନଙ୍କୁ ଶୃଙ୍ଖଳା ମଝିରୁ ସ୍ବଦେଶ ଫେରାଇ ଅଣାଯାଇଥିଲା ଏବଂ ନିଲମ୍ବିତ ମଧ୍ୟ କରାଯାଇଥିଲ। ସେମାନେ ମଧ୍ୟ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଶୃଙ୍ଖଳାଗତ କମିଟି ନିକଟରେ ହାଜର ହୋଇଥିଲେ। କମିଟି ମେଣ୍ଡିସ୍ ଓ ଗୁଣତିଳକାଙ୍କୁ ୨ ବର୍ଷ ଏବଂ ଡିକ୍ୱେଲାଙ୍କୁ ଦେଢ଼ବର୍ଷ ବାସନ୍ଦ ପାଇଁ ସୁପାରିସ କରିଥିଲା। କିନ୍ତୁ ଶୁକ୍ରବାର କମିଟି ସେମାନଙ୍କୁ ଆନ୍ତର୍ଜାତିକ କ୍ରିକେଟ୍ରୁ ଗୋଟିଏ ବର୍ଷ ଏବଂ ଘରୋଇ କ୍ରିକେଟ୍ରୁ ୬ ମାସ ପାଇଁ ବାସନ୍ଦ ନିର୍ଦେଶ ଦେଇଛି।
ଡିକ୍ୱେଲା, ମେଣ୍ଡିସ୍, ଗୁଣତିଳକା ବର୍ଷେ ବାସନ୍ଦ; ୧୦ ମିଲିୟନ୍ ଜରିମାନା
/sambad/media/post_attachments/wp-content/uploads/2021/07/vvv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)