ଅଲିମ୍ପିକ୍ସରେ ମହିଳା ହକିରେ ଭାରତ ହାରିବା ପରେ କାନ୍ଦି ପକାଇଲେ ଦିଲ୍ଲୀପ ତିର୍କୀ

ନୂଆଦିଲ୍ଲୀ: ଟୋକିଓରେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହେଲା ଭାରତୀୟ ମହିଳା ହକି ଟିମ୍ । ୪-୩ ଗୋଲରେ ଜିତିଲା ଗ୍ରେଟ୍ ବ୍ରିଟେନ୍ । ହେଲେ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ଭାରତୀୟ ଟିମ୍ । ଭାରତ ପକ୍ଷରୁ ଗୁରଜିତ କୌର ଦୁଇଟି ଓ ବନ୍ଦନା କଟାରିଆ ଗୋଟିଏ ଗୋଲ ଦେଇଥିଲେ । ପ୍ରଥମ କ୍ୱାର୍ଟରରେ କୌଣସି ଦଳ ଗୋଲ ଦେଇନଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଆସିଥିଲା ୫ଟି ଗୋଲ ।

ଲଢୁଆ ପ୍ରଦର୍ଶନ କରି ଭାରତ ମହିଳା ହକି ଦଳ ହାରିବା ପରେ କାନ୍ଦି ପକାଇଥିଲେ ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀ । ଖେଳାଳିଙ୍କୁ ସେ ପ୍ରଂଶସା କରିଥିଲେ । ମହିଳା ଟିମ ଲଢୁଆ ପ୍ରଦର୍ଶନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର