ନୂଆଦିଲ୍ଲୀ,: ଦଲୀପ ଟ୍ରଫି ପାଇଁ ସୋମବାର ଘୋଷିତ ରେଡ୍ ଦଳରେ ବାସନ୍ଦ ହୋଇଥିବା ଅଭିଷେକ ଗୁପ୍ତାଙ୍କୁ ନିଆଯାଇଥିଲା। ହେଲେ ଏହାକୁ ନେଇ ବିବାଦ ଦେଖାଯିବାରୁ ମଙ୍ଗଳବାର ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଅକ୍ଷୟ ଓ୍ଵାଦକର୍ଙ୍କୁ ସାମିଲ କରାଯାଇଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଓ୍ଵାଦକର ରଣଜୀ ବିଜେତା ବିଦର୍ଭ ଦଳର ଓ୍ଵିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍। ସେ ୬ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବା ସହ ୯ ଲିଷ୍ଟ୍ ଏ ମ୍ୟାଚ୍ ଖେଲିବାର ଅଭିଜ୍ଞତା ରଖିଛନ୍ତି। ସୂଚନାଯୋଗ୍ୟ, ଗୁପ୍ତା ନିଷିଦ୍ଧ ଔଷଧ ସେବନ ମାମଲାରେ ୮ ମାସ ପାଇଁ ବାସନ୍ଦ ହୋଇଥିଲେ। ତାଙ୍କ ବାସନ୍ଦ ଅବଧି ଜାନୁଆରି ୧୫ରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଚୟନକର୍ତା ତାଙ୍କୁ ଦଲୀପ ଟ୍ରଫି ପାଇଁ ଦଳରେ ନେଇଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିଲା।
ଦଲୀପ ଟ୍ରଫି ଦଳରୁ ଗୁପ୍ତା ବାଦ୍; ଓ୍ଵାଦକର୍ ସାମିଲ
/sambad/media/post_attachments/wp-content/uploads/2018/07/abhisek.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)