ଜିମ୍ନାଷ୍ଟିକ୍‌ ଓ୍ଵାଲର୍ଡ ଚ୍ୟାଲେଞ୍ଜ କପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଲେ ଦୀପା କର୍ମକାର

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଜିମ୍ନାଷ୍ଟିକ୍‌ ଓ୍ଵାଲର୍ଡ ଚ୍ୟାଲେଞ୍ଜ କପ୍‌ରେ ରବିବାର ଭାରତର ଦୀପା କର୍ମକାର ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ତୁର୍କୀର ମର୍ସିନ ଠାରେ ଚାଲିଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରବିବାର ତ୍ରିପୁରାର ୨୪ ବର୍ଷୀୟ ୨୦୧୬ ରିଓ ଅଲମ୍ପିକରେ ୪ର୍ଥ ସ୍ଥାନ ହାସଲ କରିଥିବା ଦୀପା ୧୪.୧୫୦ ସ୍କୋର କରି ଏହି ପଦକ ହାସଲ କରିଛନ୍ତି। ସେ ମଧ୍ୟ ୧୩.୪୦୦ ସ୍କୋର କରିଥିଲେ।

ଓ୍ଵାଲର୍ଡ ଚ୍ୟାଲେଞ୍ଜ କପ୍‌ରେ ଏହା ହେଉଛି ଦୀପାଙ୍କ ପ୍ରଥମ ପଦକ। ଦୀପା ତାଙ୍କର କୋଚ ବିଶେଷ୍ଵର ନନ୍ଦୀଙ୍କ ଉପସ୍ଥିତିରେ ବ୍ୟାଲେସ୍ସ ବିମ୍‌ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିରେ ସେ ୧୧.୮୫୦ ସ୍କୋର କରିଛନ୍ତି।

ରିଓ ଅଲମ୍ପିକ ପରେ ଦୀପା ଆଘାତ ଯୋଗୁଁ ତାଙ୍କର ସର୍ଜରି କରାଯାଇଥିଲା। ମାତ୍ର ସେ ଆଶା ରଖିଥିଲେ ଯେ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ସୁସ୍ଥ ହୋଇଯିବେ। କିନ୍ତୁ ତାଙ୍କ ଆଶା ସତ ହୋଇପାରି ନଥିଲା। ଫଳରେ ଅଷ୍ଟ୍ରେଲିଆର ଗୋଲଡ କୋଷ୍ଟ ଇଭେଣ୍ଟରେ ସାମିଲ ପ୍ରତିନିଧିତ୍ୱ କରିପାରି ନଥିଲେ। ଦୀପାଙ୍କୁ ଆଗାମୀ ଏସିୟ କ୍ରୀଡ଼ାରେ ୧୦ ଜଣିଆ ଭାରତୀୟ ଟିମରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର