ଦୀପକଙ୍କୁ ବର୍ଷର ଶ୍ରେଷ୍ଠ କନିଷ୍ଠ ଫ୍ରିଷ୍ଟାଇଲ୍ କୁସ୍ତିଯୋଦ୍ଧା ପୁରସ୍କାର

ନୂଆଦିଲ୍ଲୀ: ମିଳିତ ବିଶ୍ବ କୁସ୍ତିସଂଘ (ୟୁଡବ୍ଲୁଡବ୍ଲୁ) ବିଶ୍ବ ଚାମ୍ପିଅନସିପର ରୌପ୍ୟ ପଦକ ବିଜେତା ଦୀପକ ପୁନିଆଙ୍କୁ ବର୍ଷର ଶ୍ରେଷ୍ଠ କନିଷ୍ଠ ଫ୍ରିଷ୍ଟାଇଲ୍ କୁସ୍ତିଯୋଦ୍ଧା ପୁରସ୍କାର ପ୍ରଦାନ କରିଛି। ଏହା ସହିତ ଦୀପକ ଭାରତର ପ୍ରଥମ କୁସ୍ତିଯୋଦ୍ଧା ଭାବେ ୧୮ ବର୍ଷ ବୟସରେ ବିଶ୍ବ କନିଷ୍ଠ ମୁକୁଟ ହାତେଇଛନ୍ତି। ପୁରସ୍କାର ପାଇବା ପରେ ଖୁସି ହେବା ସହ ଏହି ପୁରସ୍କାର ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ ବୋଲି ଦୀପକ କହିଛନ୍ତି। ୨୦୧୬ର ବିଶ୍ବ ବିଜେତା ଦୀପକ ସଂପ୍ରତି ମୁରାଦ୍ ଗାଇଦାରୋଭଙ୍କ ପ୍ରଶିକ୍ଷଣରେ ଖେଳୁଛନ୍ତି। ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଜିତିବା ତାଙ୍କ ଆଗାମୀ ଲକ୍ଷ୍ୟ ବୋଲି ଦୀପକ କହିଛନ୍ତି।

ସମ୍ବନ୍ଧିତ ଖବର