ଦୀପକଙ୍କ ରୁପେଲି ଲକ୍ଷ୍ୟ:ସୋମବାର ଆଉ ୩ ପଦକ ଅମଳ

ଜାକର୍ତା/ପାଲେମବାଙ୍ଗ: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତ କୁସ୍ତି ଆଖଡ଼ାରୁ ଆଉ ଏକ ସ୍ୱର୍ଣ୍ଣ ଅମଳ କରିଛି। ସେହିଭଳି ବନ୍ଧୁକ ଚାଳନାରୁ ଦୁଇଟି ରୌପ୍ୟ ପଦକ ଜିତିଛି। ସୋମବାରର ଏକମାତ୍ର ସ୍ୱର୍ଣ୍ଣ ୫୦ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍‌ କୁସ୍ତିରେ ବିିନେଶ ଫୋଗଟ ହାସଲ କରିଛନ୍ତି। ବନ୍ଧୁକ ଚାଳନାର ପୁରୁଷ ୧୦ ମିଟର ରାଇଫଲରେ ଦୀପକ କୁମାର ଏବଂ ଟ୍ରାପ୍‌ରେ ଲକ୍ଷ୍ୟ ସେରନ୍‌ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। ସାକ୍ଷୀ ମଲ୍ଲିକ ଓ ପୂଜା ଧଣ୍ଡା ନିଜ ନିଜ କାଂସ୍ୟ ପଦକ ଲଢ଼େଇ ହାରିବା ପରେ କୁସ୍ତିରୁ ଆଉ ଦୁଇଟି ପଦକ ଜିତିବାରୁ ଭାରତ ବଞ୍ଚିତ ହୋଇଥିଲା। ସାକ୍ଷୀ ଉତ୍ତର କୋରିଆର ଜଙ୍ଗ୍‌ ସିମ୍‌ ରିମ୍‌ଙ୍କଠାରୁ ୨-୧୨ ଏବଂ ଜାପାନର ସକାଗାମି କାତସୁକିଙ୍କଠାରୁ ପୂଜା ୧-୬ରେ ପରାଜିତ ହୋଇ ବିଦାୟ ନେଇଥିଲେ। ୧୨୫ କିଲୋଗ୍ରାମରେ ସୁମିତ ମଲ୍ଲିକ ଓ ୫୩ କିଲୋଗ୍ରାମରେ ପିଙ୍କି ମଧ୍ୟ ନିଜ ନିଜ ଲଢ଼େଇ ହାରି ପଦକ ଜିତି ପାରି ନଥିଲେ।
ସିପକ୍‌ ଟାକ୍ରରେ ପଦକ ପକ୍କା
ଭାରତୀୟ ପୁରୁଷ ସିପକ ଟାକ୍ର ଦଳ ଚଳିତ ଏସୀୟ କ୍ରୀଡ଼ାରେ ଇତିହାସ ରଚିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି। ଇରାନକୁ ୨୧-୧୬, ୧୯-୨୧, ୨୧-୧୭ରେ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଫଳରେ ଅନ୍ୟୁନ କାଂସ୍ୟ ପଦକକୁ ପକ୍କା କରି ନେଇଛି। ସେହିଭଳି ଭଲିବଲ୍‌ରେ ଭାରତ ହଂକଂ ଚାଇନାକୁ ୩-୦ରେ ହରାଇ ଦେଇଛି। ଟେନିସର ପୁରୁଷ ଏକକରେ ପ୍ରଜ୍ଞେସ୍‌ ଗୁଣସ୍ୱରନ, ଯୁଗଳରେ ରାମନାଥନ୍‌ ରାମକୁମାରନ୍‌-ସୁମିତ ନାଗପାଲ, ରୋହନ ବୋପାନ୍ନା-ଦିଭିଜ ସରଣ ଓ ମହିଳା ଯୁଗଳରେ ଅଙ୍କିତା ରାଇନା-ପ୍ରାର୍ଥନା ଥମ୍ବାରେ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି।
ନୌଚାଳନା ଫାଇନାଲରେ ଭାରତୀୟ ପୁରୁଷ
ସୋମବାର ଭାରତୀୟ ନୌଚାଳକ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି। ପୁରୁଷ ସିଙ୍ଗଲ ସ୍କଲ୍‌ରେ ଦୂଶ୍ୟନ୍ତ ଚୌହ୍ଵାନ ଏବଂ ଦଳଗତ ସ୍କଲ୍‌ରେ ଭାରତୀୟ ପୁରୁଷ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଗତଥର କାଂସ୍ୟ ପଦକ ଜିତିଥିବା ଚୌହ୍ଵାନ ୭:୪୩.୦୯.୦୮ ସମୟ ସହ କୋରିଆର ହାଇନ୍ସୁ ପାର୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍‌ ଯାଇଥିଲେ। ସେହିଭଳି ସଓ୍ଵର୍ଣ୍ଣ ସିଂହ, ଦତ୍ତୁ ବାବନ ଭୋକନାଲ, ଓମ୍‌ ପ୍ରକାଶ ଓ ସୁଖମିତ ସିଂହଙ୍କୁ ନେଇ ଗଠିତ ଭାରତୀୟ ଦଳ ୬:୧୫.୧୮ ସମୟ ସହ ସହଜରେ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ।
ସୋମବାର ଭାରତର ପଦକ ବିଜୟ ଧାରା ବନ୍ଧୁକ ଚାଳନା ରେଞ୍ଜ୍‌ରୁ ଆରମ୍ଭ ହୋଇଥିଲା। ପୁରୁଷ ୧୦ ମିଟର ରାଇଫଲରେ ଅଷ୍ଟାଦଶ ସଟ୍‌ ପର୍ଯ୍ୟନ୍ତ ପଛୁଆ ଥିବା ଦୀପକ କୁମାର ନିଜ ପରବର୍ତୀ ପ୍ରୟାସରେ ପୂରା ୧୦.୯ ପଏଣ୍ଟ ଅର୍ଜନ କରି ରୌପ୍ୟ ପଦକ କବଜା କରି ନେଇଥିଲେ। ସୋମବାର ଭାରତ ପାଇଁ ଏହା ଥିଲା ପ୍ରଥମ ପଦକ। ଖେଳ ଆରମ୍ଭ କରିବାର ୧୪ ବର୍ଷ ପରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିଥିବା ଦୀପକ ଜଣେ ଆଧ୍ୟାତ୍ମିକ ଗୁରୁ। ୩୩ ବର୍ଷୀୟ ଦୀପକଙ୍କ ପ୍ରଦର୍ଶନରୁ ଉତ୍ସାହ ନେଇ ୧୯ ବର୍ଷୀୟ କିଶୋର ତାରକା ତଥା ଜଣେ କୁସ୍ତିବିତ୍‌ଙ୍କ ପୁଅ ଲକ୍ଷ୍ୟ ସେରନ୍‌ ମଧ୍ୟ ପୁରୁଷ ଟ୍ରାପ୍‌ରେ ସେହି ରୁପେଲି ସଫଳତା ଦୋହରାଇ ଥିଲେ। ୪୫ରୁ ୩୯ ପଏଣ୍ଟ୍‌ ଅର୍ଜନ କରି ସେ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ହାସଲ କରିଥିଲେ। ମାତ୍ର ୪ ବର୍ଷ ତଳେ ବନ୍ଧୁକ ଚାଳନା ଆରମ୍ଭ କରିଥିବା ଲକ୍ଷ୍ୟ ୨୦୦୬ରେ ପୁରୁଖା ବନ୍ଧୁକ ଚାଳକ ମାନବ ଜିତ ସିଂହ ସାନ୍ଧୁ ହାସଲ କରିଥିବା ସଫଳତାର ସମକକ୍ଷ ହୋଇଥିଲେ। ସେପଟେ ବଜରଙ୍ଗ ପୁନିଆଙ୍କ ପଦାଙ୍କ ଅନୁସରଣ କରି ବିନେଶ ଫୋଗଟ ୫୦ କିଲୋଗ୍ରାମ ଫ୍ରି ଷ୍ଟାଇଲ୍‌ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ। କୁସ୍ତିରୁ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ ଥିଲା। ବନ୍ଧୁକ ଚାଳନାରୁ ଦୁଇଟି ରୌପ୍ୟ ସହ ମହିଳା କୁସ୍ତିରୁ ଗୋଟିଏ ସ୍ୱର୍ଣ୍ଣ ଜିତିବା ପରେ ଭାରତର ମୋଟ ପଦକ ସଂଖ୍ୟା ୫କୁ ବଢ଼ିଥିଲା। ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତାର ପ୍ରଥମ ଦିନରେ ଅପୂର୍ବୀ ଚାନ୍ଦିଲା ଓ ରବି କୁମାର ଯୋଡ଼ି ୧୦ ମିଟର ଏୟାର ରାଇଫଲରେ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ। ଏହା ପରେ ୬୫ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍‌ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତି ଏହାକୁ ସ୍ମରଣୀୟ କରି ଦେଇଥିଲେ।
ସିପକ୍‌ ଟାକ୍ରରେ ପଦକ ପକ୍କା
ଭାରତୀୟ ପୁରୁଷ ସିପକ ଟାକ୍ର ଦଳ ଚଳିତ ଏସୀୟ କ୍ରୀଡ଼ାରେ ଇତିହାସ ରଚିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି। ଇରାନକୁ ୨୧-୧୬, ୧୯-୨୧, ୨୧-୧୭ରେ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଫଳରେ ଅନ୍ୟୁନ କାଂସ୍ୟ ପଦକକୁ ପକ୍କା କରି ନେଇଛି। ସେହିଭଳି ଭଲିବଲ୍‌ରେ ଭାରତ ହଂକଂ ଚାଇନାକୁ ୩-୦ରେ ହରାଇ ଦେଇଛି। ଟେନିସର ପୁରୁଷ ଏକକରେ ପ୍ରଜ୍ଞେସ୍‌ ଗୁଣସ୍ୱରନ, ଯୁଗଳରେ ରାମନାଥନ୍‌ ରାମକୁମାରନ୍‌-ସୁମିତ ନାଗପାଲ, ରୋହନ ବୋପାନ୍ନା-ଦିଭିଜ ସରଣ ଓ ମହିଳା ଯୁଗଳରେ ଅଙ୍କିତା ରାଇନା-ପ୍ରାର୍ଥନା ଥମ୍ବାରେ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି।
ନୌଚାଳନା ଫାଇନାଲରେ ଭାରତୀୟ ପୁରୁଷ
ସୋମବାର ଭାରତୀୟ ନୌଚାଳକ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି। ପୁରୁଷ ସିଙ୍ଗଲ ସ୍କଲ୍‌ରେ ଦୂଶ୍ୟନ୍ତ ଚୌହ୍ଵାନ ଏବଂ ଦଳଗତ ସ୍କଲ୍‌ରେ ଭାରତୀୟ ପୁରୁଷ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଗତଥର କାଂସ୍ୟ ପଦକ ଜିତିଥିବା ଚୌହ୍ଵାନ ୭:୪୩.୦୯.୦୮ ସମୟ ସହ କୋରିଆର ହାଇନ୍ସୁ ପାର୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍‌ ଯାଇଥିଲେ। ସେହିଭଳି ସଓ୍ଵର୍ଣ୍ଣ ସିଂହ, ଦତ୍ତୁ ବାବନ ଭୋକନାଲ, ଓମ୍‌ ପ୍ରକାଶ ଓ ସୁଖମିତ ସିଂହଙ୍କୁ ନେଇ ଗଠିତ ଭାରତୀୟ ଦଳ ୬:୧୫.୧୮ ସମୟ ସହ ସହଜରେ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ।
ତଡ଼ା ହେଲେ ୪ ଜାପାନୀ

ଯୌନକର୍ମୀଙ୍କ ସହ ସମ୍ଭୋଗ କରିବା ଲାଗି ଅର୍ଥ ପ୍ରଦାନ କରି ଜାପାନର ୪ ଜଣ ବାସ୍କେଟ୍‌ବଲ୍‌ ଖେଳାଳି ସୋମବାର ଏସୀୟ କ୍ରୀଡ଼ାଗ୍ରାମରୁ ତଡ଼ା ଖାଇଛନ୍ତି। ଏହି ଖେଳାଳିମାନେ ନିଜ ଜାତୀୟ ପୋଷାକ ପିନ୍ଧି ଜାକର୍ତାର ଏକ ବଦନାମ ଗଳିକୁ ଯାଇ ଯୌନକର୍ମୀଙ୍କ ସହ ମୁଲଚାଲ କରୁଥିଲା ବେଳେ ଜଣେ ପତ୍ରକାରଙ୍କ କ୍ୟାମେରା ଫ୍ରେମ୍‌ରେ ଧରା ପଡ଼ିଥିଲେ। ଘଟଣା ପଦାକୁ ଆସିବା ପରେ ଜାପାନ ଚିଫ୍‌ ଡି’ ମିସନ୍‌ ତୁରନ୍ତ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ। ଏହି ଘଟଣା ଜାପାନ କ୍ରୀଡ଼ା ଜଗତକୁ ଲଜ୍ଜିତ କରିଛି। ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା ଅବସରରେ ନାୟା ତୋମିତା ନାମକ ଜଣେ ସନ୍ତରକ ଜଣେ ସାମ୍ବାଦିକଙ୍କ କ୍ୟାମେରା ଚୋରି କରି ଧରା ପଡ଼ିବା ପରେ କ୍ରୀଡ଼ାଗ୍ରାମରୁ ବହିଷ୍କୃତ ହୋଇଥିଲେ।

ସମ୍ବନ୍ଧିତ ଖବର