ଦ୍ରାବିଡ଼ଙ୍କ ଉଗ୍ର ରୂପ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୯ା୪: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରାହୁଲ ଦ୍ରାବିଡ଼ ଶାନ୍ତ ସ୍ବଭାବର ବୋଲି ସ‌ମସ୍ତେ ଜାଣନ୍ତି। ନିକଟରେ ପ୍ରସାର ହୋଇଥିବା ଏକ ବିଜ୍ଞାପନରେ ତାଙ୍କ ଉଗ୍ର ‌ରୂପ ଦେଖିବାକୁ ମିଳିଛି। ବାଙ୍ଗାଲୋରର ଏକ କ୍ରେଡିଟ୍‌ କାର୍ଡ ବିଲ୍‌ ପେମେଣ୍ଟ କମ୍ପାନିର ବିଜ୍ଞାପନରେ ସେ ଗାଡ଼ିରେ ଯାଉଥିବା ବେଳେ ତାଙ୍କୁ ଆଉ ଜଣେ କାର୍‌ରେ ଯାଉଥିବା ପଥଚାରୀ କ୍ରେଡିଟ୍‌ କାର୍ଡ ବିଲ୍‌ ଏହି କମ୍ପାନି ଦ୍ବାରା ଦେଲେ କ୍ୟାସ୍‌ ବ୍ୟାକ୍‌ ଏବଂ ପୁରସ୍କାର ମିଳିବ। ଏହା ଶୁଣି ଦ୍ରାବିଡ଼ ନିଜର ଉଗ୍ର ରୂପ ଦେଖାଇଥିଲେ।

ରାଗି ଗାଡ଼ିକୁ ଅଟକାଇ ବ୍ୟାଟ୍‌ରେ ସେ ପଥଚାରୀଙ୍କ କାର୍‌ର କାଚ ଭାଙ୍ଗି ଦେଇଥିଲେ। ଏହା ପରେ କାର୍‌ର ଛାତ ଗ୍ଲାସ ଖୋଲି ଉପରକୁ ବ୍ୟାଟ୍‌ ଟେକି ବଡ଼ ପାଟି କରି କହିଥିଲେ, ‘‘ମୁଁ ଇନ୍ଦ୍ରନଗରର ଗୁଣ୍ଡା’’। ତାଙ୍କର ଏହି ବିଜ୍ଞାପନ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହେବା ପରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଏହା ଉପରେ ନିଜ ମତ ରଖି କହିଛନ୍ତି ଯେ ‘‘ରାହୁଲ ଭାଇଙ୍କ ଏହି ରୂପ ପୂର୍ବରୁ କେବେ ଦେଖିନଥିଲି’’।

ସମ୍ବନ୍ଧିତ ଖବର