ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌ର ଘୋଷଣା, ରୋହିତଙ୍କ କାର୍ଯ୍ୟଭାର ନେଇ ଚର୍ଚ୍ଚା

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଗୁରୁବାର ଭାରତୀୟ ଟିମ୍‌ ଚୟନ ହେବ। ଚୟନ ସମୟରେ ଉପଅଧିନାୟକ ରୋହିତ ଶର୍ମା ଓ ବ୍ୟାଟସ୍‌ମ୍ୟାନ ଶିଖର ଧାଓ୍ଵନଙ୍କ ଖରାପ ଫର୍ମ ଉପରେ ଆଲୋଚନା ହୋଇପାରେ। ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ଏହା ଅନ୍ତିମ ବୈଠକ ହେବ। କାରଣ ପ୍ରସାଦ ଓ ଗଗନ ଖୋଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ରୋହିତ ଶର୍ମାଙ୍କୁ ୩ ମ୍ୟାଚ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇପାରେ, ଯାହାଦ୍ୱାରା କି ସେ ଆସନ୍ତାବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ଭଲ ଖେଳିପାରିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

ଭାରତୀୟ ଟିମ୍‌କୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ହେବ। ଏଗୁଡ଼ିକ ଡିସେମ୍ବର ୬ରେ ମୁମ୍ବାଇ, ଡିସେମ୍ବର ୮ରେ ଥିରୁବନନ୍ତପୁରମ ଓ ଡିସେମ୍ବର ୧୧ରେ ହାଇଦ୍ରାବାଦରେ ଖେଳାଯିବ। ସେହିପରି ୩ଟି ଦିନିକିଆ ମଧ୍ୟରୁ ଚେନ୍ନାଇରେ (ଡିସେମ୍ବର ୧୫), ବିଶାଖାପାଟଣାରେ (ଡିସେମ୍ବର ୧୮) ଓ କଟକରେ (ଡିସେମ୍ବର ୨୨) ଦିନିକିଆ ମ୍ୟାଚ ଖେଳାଯିବ।

ସମ୍ବନ୍ଧିତ ଖବର