ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ଉଦ୍‌ଯାପିତ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଚଳିତ ଜାନୁଆରି ୨୮ ଏବଂ ୨୯ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତା ସମାନ୍ତରାଳ ଭାବେ କଳିଙ୍ଗ ଷ୍ଟାଡିୟମ୍‌ ଏବଂ କିସ୍‌ ପଡ଼ିଆରେ ଆୟୋଜିତ ହୋଇଥିଲା। ଏଥିରେ କବାଡ଼ି, ଦୌଡ଼କୁଦ, ଭଲିବଲ୍‌, ଫୁଟବଲ୍‌ ଓ ହକି ଆଦି ଖେଳରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଖୋର୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ସହରାଞ୍ଚଳର ବହୁ ପ୍ରତିଭାବାନ ପିଲା ଅଂଶଗ୍ରହଣ କରିଥିଲେ। ଏଥିରୁ ପ୍ରଦର୍ଶନ ଆଧାରରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଲାଗି ଖେଳାଳି ଚୟନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ କ୍ରୀଡ଼ା ସଂଗଠକ ଗୁରୁ ପ୍ରସାଦ ମହାପାତ୍ର ଓ ସନ୍ତୋଷ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରତିଯୋଗିତାର ଅନ୍ୟତମ ଅତିଥି ଥିଲେ। ମନୋଜ କୁମାର ନାୟକ, ମନୋଜ କୁମାର ପାଢ଼ି (ଯୁଗ୍ମ ସଚିବ କ୍ରୀଡ଼ା ଓ ଯୁବ ସେବା ବିଭାଗ) ଓ ବରିଷ୍ଠ ପ୍ରଶିକ୍ଷକ ନୀଳ ମାଧବ ଦେଓ ଏହି ଅବସରରେ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳିତେନ୍ଦୁ ମହାନ୍ତି ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର