ଓସିଏ ଅନୁବନ୍ଧିତ ୫୦ ସ୍କୁଲ୍‌କୁ କ୍ରିକେଟ୍‌ କିଟ୍‌ ବଣ୍ଟନ

ଭୁବନେଶ୍ବର: ଶ୍ୟାମ ଭାଟିଆଙ୍କ ‘କ୍ରିକେଟ୍‌ ଫର୍‌ କେୟାର’ ଦାତବ୍ୟ ଅନୁଷ୍ଠାନ ଏବଂ ଶ୍ରୀ ଜଗନ୍ନାଥ ଷ୍ଟିଲ ଓ ପାୱାର ଲିମିଟେଡ୍‌ ସହଯୋଗରେ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) କ୍ରିକେଟ୍‌ କିଟ୍‌ ବଣ୍ଟନ ଉତ୍ସବ ସଫଳତାର ସହ ସମାପନ କରିଛି। ରବିବାର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଓସିଏ ଅନୁବନ୍ଧିତ ସମସ୍ତ ଜିଲ୍ଲାର ୫୦ ସ୍କୁଲ୍‌କୁ କିଟ୍‌ ପ୍ରଦାନ କରାଯାଇଥିଲା। ଏଥିରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଶ୍ୟାମ ଭାଟିଆ, ଶ୍ରୀ ଜଗନ୍ନାଥ ଷ୍ଟିଲ ଓ ପାୱାର ଲିମିଟେଡ୍‌ର ପ୍ରଶାନ୍ତ ଅଲୁୱାଲିଆ, ଜାତୀୟ ଚୟନକର୍ତ୍ତା ଦେବାଶିଷ ମହାନ୍ତି, ଓଏଏ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ‌ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ ପରିଷଦ ସଦସ୍ୟ ସୁଭାଶିଷ ସେନାପତିଙ୍କ ସହ ଓସିଏ ଅନୁବନ୍ଧିତ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ଶେ‌ଷରେ ଓସିଏ ସିଇଓ ସୁବ୍ରତ କୁମାର ବେହେରା ଧନ୍ୟବାଦ ଦେଇଥଲେ।

ସମ୍ବନ୍ଧିତ ଖବର