କଟକ: ୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ସୋମବାର ରାଉରକେଲା, କଟକ ବି’, କିଟ୍, ଭୁବନେଶ୍ୱର ବି’ ବିଜୟୀ ହୋଇଛନ୍ତି। ସନ୍ସାଇନ୍ ପଡ଼ିଆରେ ରାଉରକେଲା ୩ ଓ୍ଵିକେଟରେ କଳାହାଣ୍ଡିକୁ ପରାସ୍ତ କରିଛି। ଦିନେଶ ମାଝୀଙ୍କ ୯୪ ଓ ରୋନକ୍ ବଣୁଆଙ୍କ ୫୭ ରନ୍ ସହାୟତାରେ କଳାହାଣ୍ଡି ୧୯୬ ରନ୍ ସଂଗ୍ରହ କରିଥିଲା। ରାଉରକେଲାର ସ୍ନେହାଶିଷ ସାହୁ ୬ ଓ୍ଵିକେଟ ଅକ୍ତିଆର କରିଥିଲେ। ତେବେ ୧୯୭ ରନ୍ର ଲକ୍ଷ୍ୟକୁ ରାଉରକେଲା ୪୪.୨ ଓଭରରେ ୭ ଓ୍ଵିକେଟ ବିନିମୟରେ ହାସଲ କରିଥିଲା। ଆଶୀର୍ବାଦ ସ୍ୱାଇଁ ସର୍ବାଧିକ ୭୮ ରନ୍ କରି ଦଳକୁ ଜିତାଇଥିଲେ। ରେଭେନ୍ସା ୨ନମ୍ବର ପଡ଼ିଆରେ କଟକ ବି’ ୭ ଓ୍ଵିକେଟରେ ଗଜପତିକୁ ହରାଇଛି। ଗଜପତି ମାତ୍ର ୭୫ ରନ୍ରେ ଆଉଟ ହୋଇଥିଲାବେଳେ କଟକର ଅନିକେତ ମିଶ୍ର ୫ ଓ୍ଵିକେଟ ଅକ୍ତିଆର କରିଥିଲେ। କଟକ ଏହି ଲକ୍ଷ୍ୟକୁ ୧୬.୫ ଓଭରରେ ୩ ଓ୍ଵିକେଟ ହରାଇ ମ୍ୟାଚ ଜିତିପାରିଥିଲା। ବିଡ଼ାନାସୀ ପଡ଼ିଆରେ କିଟ୍ ୨୫୪ ରନ୍ରେ ଫୁଲବାଣୀକୁ ହରାଇଛି। ଜଗଜୀତ ଦାସଙ୍କ ୯୮, ସାଗର ମଲ୍ଲିକ ୫୫ ରନ୍ ସହାୟତାରେ କିଟ୍ ୩୧୬ ରନ୍ର ବଡ଼ ସ୍କୋର ଛିଡ଼ା କରିଥିଲା। ହେଲେ ନିୟମିତ ଅନ୍ତରାଳରେ ଓ୍ଵିକେଟ ହରାଇ ଫୁଲବାଣୀ ମାତ୍ର ୬୨ ରନ୍ରେ ସୀମିତ ରହିଥିଲା। ବୋସ୍ ପଡ଼ିଆରେ ଭୁବନେଶ୍ୱର ବି’ ୧୦ ଓ୍ଵିକେଟରେ ମୟୂରଭଞ୍ଜକୁ ହରାଇଛି। ମୟୂରଭଞ୍ଜ ମାତ୍ର ୫୨ରନ୍ରେ ସମସ୍ତ ଓ୍ଵିକେଟ ହରାଇଥିଲା ବେଳେ ଭୁବନେଶ୍ୱର ବିନା କୌଣସି କ୍ଷତିରେ ୬.୩ ଓଭରେ ମ୍ୟାଚ୍ ଜିତି ଯାଇଥିଲା।
୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍:ରାଉରକେଲା, କଟକ, କିଟ୍, ଭୁବନେଶ୍ୱର ବିଜୟୀ
୧୬ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍
/sambad/media/post_attachments/wp-content/uploads/2018/06/seh3nsg4rmiv2s6srjpy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)