ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳକୁ ଫେରିଲେ ଡିଭିଲିୟର୍ସ, ଷ୍ଟେନ୍‌

ଜୋହାନ୍‌ସବର୍ଗ: ପୋର୍ଟ ଏଲିଜାବେଥ୍‌ରେ ବକ୍ସିଂ ଡେରୁ ଜିମ୍ବାେଓ୍ଵ ବିପକ୍ଷରେ ପ୍ରଥମ ଥର ୪ ଦିନିଆ ଟେଷ୍ଟ ଖେଳିବ ଦକ୍ଷିଣ ଆଫ୍ରିକା। ଏହି ଟେଷ୍ଟ ଦିବାରାତ୍ର ଖେଳାଯିବ। ଏଥିପାଇଁ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଏବି ଡିଭିଲିୟର୍ସଙ୍କ ସାଙ୍ଗକୁ ଦୁଇ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ ଓ ଭେନର୍ନ ଫିଲାଣ୍ଡର ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳକୁ ଫେରିଛନ୍ତି। ଉଭୟ ଡିଭିଲିୟର୍ସ ଓ ଷ୍ଟେନ୍‌ ୨୦୧୬ରୁ ଟେଷ୍ଟ ଖେଳିନଥିଲେ। ଆଗାମୀ ଭାରତ ବିପକ୍ଷ ଶୃଙ୍ଖଳା ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଦଳରେ ୪ ଦ୍ରୁତ ବୋଲର ଓ ଜଣେ ଅଲ୍‌ରାଉଣ୍ଡରଙ୍କୁ ସାମିଲ କରାଯାଇଛି। ଷ୍ଟେନ୍‌ ଓ ଫିଲାଣ୍ଡରଙ୍କ ବ୍ୟତୀତ ମର୍ନି ମର୍କେଲ ଓ କାଗିସୋ ରବାଡ଼ାଙ୍କୁ ଜିମ୍ବାେଓ୍ଵ ବିପକ୍ଷରେ ଚୂଡାନ୍ତ ଦଳରେ ଖେଳିବାର ସମ୍ଭାବନା ଅଧିକ ରହିଛି। ଫାଫ୍‌ ଡୁ ପ୍ଲେସିସ୍‌ ଅଧିନାୟକ ପଦ ବଜାୟ ରଖିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁ ପ୍ଲେସିସ୍‌ (ଅଧିନାୟକ), ହାସିମ୍‌ ଆମ୍‌ଲା, ଟେମ୍ବା ବଭୁମା, କ୍ୱିଣ୍ଟନ ଡି କକ୍‌, ତିଉନିସ୍‌ ଡି ବ୍ରୁନ୍‌, ଏବି ଡିଭିଲିୟର୍ସ, ଡିନ୍‌ ଏଲ୍‌ଗାର, କେଶବ ମହାରାଜ, ଆଡେନ୍‌ ମର୍କରାମ୍‌, ମର୍ନି ମର୍କେଲ, ଆନ୍ଦୀଲେ ଫେଲୁକ୍‌ଓ୍ଵାୟୋ, ଭେନର୍ନ ଫିଲାଣ୍ଡର, କାଗିସୋ ରବାଡା ଓ ଡେଲ୍‌ ଷ୍ଟେନ୍‌।

ସମ୍ବନ୍ଧିତ ଖବର