ପ୍ୟାରିସ୍‌ ମାଷ୍ଟର୍ସ ସେମିରେ ଜୋକୋଭିକ୍‌

ପ୍ୟାରିସ୍‌ : ଗତଥରର ବିଜେତା ନୋଭାକ ଜୋକୋଭିକ୍‌ ଚଳିତ ପ୍ୟାରିସ୍‌ ମାଷ୍ଟର୍ସର ପୁରୁଷ ଏକକ ସେମିଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ବିଶ୍ବର ୧ ନମ୍ବର ଖେଳାଳି କାର୍ଲୋସ ଆଲ୍‌କାରାଜ ଆହତ ଯୋଗୁଁ କ୍ବାର୍ଟର ଫାଇନାଲ୍‌ରୁ ଓହରିଯାଇଥିଲା ବେଳେ ସର୍ବିଆ ତାରକା ଜୋକୋଭିକ୍‌ ୬-୦, ୬-୩ ସିଧାସଳଖ ସେଟ୍‌ରେ ଇଟାଲିର ଲୋରେଞ୍ଜୋ ମୁସେଟ୍ଟୀଙ୍କୁ ପରାସ୍ତ କରି ଶେଷ ୪ ସ୍ଥାନ ସୁରକ୍ଷିତ କରିଛନ୍ତି।

ସମ୍ବନ୍ଧିତ ଖବର